Latest Odisha News

BREAKING NEWS

ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲିଙ୍କ ଆକର୍ଷଣୀୟ ୯୩ ରନ ସହାୟତାରେ ଭାରତ ୪ ୱିକେଟରେ ବିଜୟ ହାସଲ କରିଛି । କୋହଲି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦିନିକିଆ କ୍ରିକେଟରେ ସଚିନ ତେନ୍ଦୁଲକର ସର୍ବାଧିକ ୬୨ ଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ପଛକୁ ସନଥ ଜୟସୂରିୟ ରହିଛନ୍ତି । ସେ ୪୮ ଥର ଏହି ସଫଳତା ହାସଲ କରିଛନ୍ତି । ଏବେ କୋହଲି ୪୫ ପ୍ଲେୟାର ଅଫ ଦି ମ୍ୟାଚ ସହ ଜୟସୂରିୟାଙ୍କ ନିକଟତର ହୋଇଛନ୍ତି । ସେ ଆଉ ୪ଥର ଏହି ସଫଳତା ହାସଲ କଲେ ଜୟସୂରିୟାଙ୍କ ରେକର୍ଡ ଭଙ୍ଗ କରି ଦ୍ୱିତୀୟ ସ୍ଥାନରେ ରହିବେ । ସେହିପରି କୋହଲି ୫ମ ଥର ପାଇଁ କ୍ରମାଗତ ଭାବେ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ରେକର୍ଡ କରିଛନ୍ତି । କ୍ୱିଂଟନ ଡିକକ ଓ ବାବର ଆଜାମ ୨ ଥର କ୍ରମାଗତ ଭାବେ ୫ରୁ ଅଧିକ ରନ ସଂଗ୍ରହ କରି ତାଙ୍କ ପଛକୁ ରହିଛନ୍ତି ।

ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରଠାରୁ ନ୍ୟୁଜିଲାଣ୍ଡ କ୍ରମାଗତ ବିଜୟ ହାସଲ କରି ଆସିଥିଲା ଏବେ ଏଥିରେ ଭାରତ ବ୍ରେକ ଲଗାଇଛି । ଘରୋଇ ପରିବେଶରେ ୨୦୧୭ ପରଠାରୁ ଭାରତ କ୍ରମାଗତ ୮ଟି ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇଛି । ୩୦୦ରୁ ଅଧିକ ରନ ଚେଜରେ ପୂନର୍ବାର କୋହଲି ନିଜକୁ କିଙ୍ଗ ସାବ୍ୟସ୍ତ କରିଛନ୍ତି । ସେ ୧୨ଟି ମ୍ୟାଚରେ ୧୨୧ରୁ ଊର୍ଦ୍ଧ୍ୱ ଆଭରେଜରେ ୧୦୯୧ ରନ କରିଛନ୍ତି । ଏଥିରେ ୭ ଶତକ ଓ ୨ ଅର୍ଦ୍ଧଶତକ ସାମିଲ । ଦିନିକିଆ କ୍ରିକେଟରେ ୩୦୦ରୁ ଅଧିକ ଚେଜରେ ଭାରତ ଆଗରେ ରହିଛି । ଟିମ ଇଣ୍ଡିଆ ଓଭରାଲ ୨୦ ଥର ଏହି ସଫଳତା ହାସଲ କରିଛି । ଇଂଲଣ୍ଡ ୧୫ ଓ ଅଷ୍ଟ୍ରେଲିଆ ୧୪ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.