ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଅଫ ସାଇଡ ବଲ ଦୁଃସ୍ୱପ୍ନ ସାଜିବାରେ ଲାଗିଛି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ସେ ରଣଜୀ ଟ୍ରଫି ଖେଳି ଫର୍ମରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିଥିଲେ । ତେବେ ଏଥିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଦିଲ୍ଲୀ ପକ୍ଷରୁ ଖେଳୁଥିବା କୋହଲି ରେଲୱେ ବିପକ୍ଷରେ ମାତ୍ର ୬ ରନରେ ଆଉଟ ହୋଇ ଯାଇଛନ୍ତି । ରେଲୱେର ହିମାଂଶୁ ସାଙ୍ଗୱାନ ତାଙ୍କୁ ବୋଲ୍ଡ କରିଛନ୍ତି । ଅଫସାଇଡ ବାହାର ବଲକୁ ଖେଳି ନ ପାରି କୋହଲି ଆଉଟ ହୋଇ ଯାଇଥିଲେ । ସେ ୧୫ ବଲ ଖେଳି ଗୋଟିଏ ଚୌକା ସହାୟତାରେ ୬ରନ କରିବାକୁ ସକ୍ଷମ ହୋଇଥିଲେ ।
କୋହଲିଙ୍କୁ ଆଉଟ କରିବା ପରେ ହିମାଂଶୁ ଆକ୍ରମଣାତ୍ମକ ଶୈଳୀରେ ଖୁସି ମନେଇଥିଲେ । କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅରୁଣ ଜେଟଲୀ ଷ୍ଟାଡିୟମ ଦର୍ଶକ ପୂର୍ଣ୍ଣ ହୋଇ ଯାଇଥିଲା । ମାତ୍ର ପ୍ରଶଂସକଙ୍କୁ ମଧ୍ୟ କୋହଲି ନିରାଶ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୮ ଥର ଅଫ ସାଇଡ ବାହାର ବଲକୁ ଖେଳି ଆଉଟ ହୋଇଥିଲେ । ଏବେ ରଣଜୀରେ ଫେଲ ମାରିବା ତାଙ୍କ ଭବିଷ୍ୟତ ନେଇ ପୂନର୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.