Latest Odisha News

ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କଲେ କୋହଲି

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୨ ରନରେ ଆଉଟ ହୋଇଥିବା କୋହଲି ଏବେ କିନ୍ତୁ ନିଜ ନାମରେ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । କିଙ୍ଗ କୋହଲି, ରନ ମେସିନ ଭାବେ ପରିଚିତ ବିରାଟ ୨୦୨୪ ଟି୨୦ ବିଶ୍ୱକପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କ କ୍ୟାରିୟର ମଧ୍ୟରେ ସେ ୨୦୧୧ ଦିନିକିଆ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୪ ଟି୨୦ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ସେ ୩ଟି ଯାକ ଫର୍ମାଟରେ ଭାରତର ନେତୃତ୍ୱ ନେଇଛନ୍ତି ।

କୋହଲି ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ୧୧୩ ଟେଷ୍ଟ, ୨୯୫ ଦିନିକିଆ ଓ ୧୨୫ ଟି୨୦ ମ୍ୟାଚ ଖେଳିଛନ୍ତି । ସଚିନ ତେନ୍ଦୁଲକରଙ୍କ ପରେ ସର୍ବାଧିକ ଆନ୍ତର୍ଜାତୀୟ ଶତକ ହାସଲ କରିବାରେ ସେ ଦ୍ୱିତୀୟ ଖେଳାଳି । ସଚିନ ୧୦୦ ଶତକ ମାରିଥିବା ବେଳେ କୋହଲି ୮୦ ଶତକ ହାସଲ କରିଛନ୍ତି । ଦିିନିକିଆରେ ସଚିନଙ୍କ ୪୯ ଶତକ ରେକର୍ଡ ମଧ୍ୟ ସେ ଭଙ୍ଗ କରିଛନ୍ତି । କୋହଲିଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୬ ବର୍ଷ ଧରି ଟେଷ୍ଟରେ ଏକ ନମ୍ବର ଟିମ ହୋଇ ରହିଥିଲା ।

ବିଶ୍ୱ କ୍ରିକେଟରେ ସର୍ବାଧିକ ରନ ହାସଲରେ ସେ ୪ର୍ଥ ସ୍ଥାନରେ ରହିଛନ୍ତି । ବର୍ତମାନ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ସେ ସର୍ବାଧିକ ଆନ୍ତର୍ଜାତୀୟ ରନ ହାସଲ କରିଛନ୍ତି । ଅଧିନାୟକ ଭାବେ ସେ ୭ଟି ଦ୍ୱିଶତକ ହାସଲ କରିଛନ୍ତି । ସେ ୱାଲି ହେମଣ୍ଡ ଓ ମାହେଲା ଜୟବର୍ଦ୍ଧନେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୫୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସେ ୪ର୍ଥ ଭାରତୀୟ ଏବଂ ଓଭରାଲ ୯ମ ଖେଳାଳି ।

Comments are closed.