Latest Odisha News

BREAKING NEWS

ଆଇପିଏଲରେ କୋହଲିଙ୍କ ଆଉ ଏକ କୀର୍ତିମାନ

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ବ୍ୟାଟ୍ସମ୍ୟାନ ଚଳିତ ୧୮ତମ ସଂସ୍କରଣରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦୦୦ ବାଉଣ୍ଡରୀ ଶଟ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲଙ୍କ ଓଭରରେ ଚୌକା ମାରି କୋହଲି ଏହି ସଫଳତା ହାସଲ କରିଛନ୍ତି । ଆଇପିଏଲରେ କୋହଲି ୨୪୯ ଇନିଂସରେ ଓଭରାଲ ୧୦୦୩ ବାଉଣ୍ଡରୀ ମାରିଛନ୍ତି । ଏଥିରେ ୨୮୧ ଛକା ୭୨୨ ଚୌକା ରହିଛି ।

କୋହଲିଙ୍କ ପଛକୁ ଶିଖର ଧାୱନ ରହିଛନ୍ତି । ସେ ୯୨୦ ବାଉଣ୍ଡରୀ ମାରିଛନ୍ତି । ଡେଭିଡ ୱାର୍ଣ୍ଣର(୮୯୯), ରୋହିତ ଶର୍ମା (୮୮୫) ଓ କ୍ରିସ ଗେଲ (୭୬୧) ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଂଚମ ସ୍ଥାନରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୧୬୩ ରନ ସଂଗ୍ରହ କରିଥିଲା । ଫିଲ ସଲ୍ଟ ୩୭, ବିରାଟ କୋହଲି ୨୨ ଓ ଟିଭ ଡେଭିଡ ୩୭ ରନ କରି ଅପରାଜିତ ରହିଥିଲେ । ଚଳିତ ସଂସ୍କରଣରେ ନିକୋଲସ ପୂରନ ୫ ଇନିଂସରେ ୪୯ ବାଉଣ୍ଡରୀ ମାରି ଆଗରେ ରହିଛନ୍ତି । କୋହଲି ୨୪ ବାଉଣ୍ଡରୀ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ।

Comments are closed.