Latest Odisha News

ରାମ ଭଜନ ବାଜିବା ମାତ୍ରେ ନାଚିଲେ କୋହଲି

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ବିରାଟ କୋହଲି ରାମ ସିୟା ରାମ ଭଜନରେ ନାଚୁଥିବା ଦେଖିବାକୁ ମିଳିଥିଲା । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ ବାତାବରଣ ନେଇ ସାରା ଦେଶ ଝୁମି ଉଠିଛି । କୋହଲି ବି ଏଥିରୁ ବାଦ ପଡିବେ କିପରି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କେଶବ ମହାରାଜା ବ୍ୟାଟିଂ କରିବାକୁ ଆସିଲା ବେଳେ ଏହି ଭଜନ ବାଜିଥିଲା । କୋହଲି ଏହା ଶୁଣି ନିଜକୁ ରୋକିପାରି ନ ଥିଲେ । ଧନୁଶର ମାରିବା ଅଭିନୟ କରିବା ସହ ସେ ଦର୍ଶକଙ୍କୁ ହାତ ଯୋଡି ପ୍ରଣାମ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, କେଶବ ଶ୍ରୀରାମ ଓ ହନୁମାନଙ୍କ ପରମ ଭକ୍ତ ଅଟନ୍ତି । କେଶବ ୧୩ଟି ବଲରେ ୩ ରନ କରି ମୁକେଶ କୁମାରଙ୍କ ବଲରେ ଆଉଟ ହୋଇଥିଲେ । ଏହି ମ୍ୟାଚରେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ଭାରତ ମାତ୍ର ୫୫ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଦେଇଛି ।

Comments are closed.