Latest Odisha News

BREAKING NEWS

ଇଂଲଣ୍ଡରେ କୋହଲି ଦେଲେ ଫିଟନେସ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡିଆକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ସେ ଏଥିନେଇ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । କୋହଲି ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ନ ଦେଇ ଇଂଲଣ୍ଡରେ ଦେଇଛନ୍ତି । କୋହଲି ଏଥିରେ ସଫଳ ହୋଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏଥିସହ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ବିସିସିଆଇଠାରୁ ଅନୁମତି ପାଇବା ପରେ କୋହଲି ଇଂଲଣ୍ଡରେ ଫିଟନେସ ଟେଷ୍ଟ ଦେଇଥିଲେ । କୋହଲି ଏବେ ନିଜ ପରିବାର ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । କୋହଲିଙ୍କ ପୂର୍ବରୁ ରୋହିତ ଶର୍ମା ଏବଂ ଅନ୍ୟ କେତେଜଣ ଖେଳାଳି ସିଓଇରେ ଫିଟନେସ ଟେଷ୍ଟ ଦେଇଥିଲେ । ଖୁବ ଶୀଘ୍ର ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ, ରିଷଭ ପନ୍ତ, ଆକାଶଦୀପ ଓ ନୀତିଶ କୁମାର ରେଡ୍ଡୀ ମଧ୍ୟ ଫିଟନେସ ଟେଷ୍ଟ ଦେବେ ।

ରିପୋର୍ଟ ମୁତାବକ ଦୁଇ ମହାନ ଖେଳାଳି ରୋହିତ ଏବଂ କୋହଲିଙ୍କ ବ୍ୟତୀତ ମହମ୍ମଦ ସିରାଜ, ଶୁଭମନ ଗିଲ, ଜିତେଶ ଶର୍ମା, ପ୍ରସିଦ୍ଧ କ୍ରିଷ୍ଣା, ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ହର୍ଷିତ ରାଣା, ଶ୍ରେୟାଶ ଆୟାର, ରିଙ୍କୁ ସିଂ, ଅକ୍ଷର ପଟେଲ, ରଜତ ପାଟୀଦାର, ରବି ବିଶ୍ନୋଇ, ସଞ୍ଜୁ ସାମସନ, ଶିବମ ଦୁବେ, ମହମ୍ମଦ ସାମୀ, ବରୁଣ ଚକ୍ରବର୍ତି, ମୁକେଶ କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ସର୍ଫରାଜ ଖାଁ, ତିଳକ ବର୍ମା, ଅଭିମନ୍ୟୁ ଈଶ୍ୱରନ, ଅର୍ଶଦୀପ ସିଂ, କୂଲଦୀପ ଯାଦବ, ଧ୍ରୁବ ଜୁରେଲ, ଶାର୍ଦ୍ଦୁଳ ଠାକୁର, ୱାଶିଂଟନ ସୁନ୍ଦର ଓ ଯଶସ୍ୱୀ ଜୈସୱାଲ ଫିଟନେସ ଟେଷ୍ଟ ସହଜରେ ପାସ କରି ନେଇଛନ୍ତି ।

Comments are closed.