Latest Odisha News

BREAKING NEWS

କୋହଲି ଆଘାତପ୍ରାପ୍ତ

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତପ୍ରାପ୍ତ ହୋଇଛନ୍ତି । ସେଥିପାଇଁ ସେ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଆଘାତ ସମସ୍ୟା ଯୋଗୁ ଖେଳି ନ ଥିଲେ । ତେବେ ସେ ଫାଇନାଲ ଖେଳିବେ କି ନାହିଁ ସେ ନେଇ ପ୍ରଶଂସକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ଜିୟୋ ଟିଭିରେ ପ୍ରକାଶିତ ରିପୋର୍ଟ ଅନୁସାରେ କୋହଲି ଫାଇନାଲ ପାଇଁ ଫିଟ ଅଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫିରେ କୋହଲି ଭଲ ଫର୍ମରେ ଅଛନ୍ତି । ସେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

ସେ ୪ଟି ମ୍ୟାଚରେ ୨୧୭ ରନ ସଂଗ୍ରହ କରିଛନ୍ତି । ରନ ଚେଜ କରିବାରେ ସେ ଭାରତର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ଭାରତ ଲକ୍ଷ୍ୟକୁ ପିଛା କରୁଥିବା ବେଳେ କୋହଲି ୧୧୬ ମ୍ୟାଚରେ ୮୦୬୩ ରନ କରିଛନ୍ତି । ଫାଇନାଲରେ ଭାରତୀୟ ପ୍ରଶଂସକମାନେ ତାଙ୍କଠାରୁ ପୂନର୍ବାର ଏକ ବଡ ଇନିଂସ ଆଶା କରୁଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ ପରେ କୋହଲି ଠିକ ସମୟରେ ଫର୍ମକୁ ଫେରିଛନ୍ତି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି ।

Comments are closed.