Latest Odisha News

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଏହି ୩ ରେକର୍ଡ ଉପରେ କୋହଲିଙ୍କ ନଜର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଏହି ସିରିଜ ପାଇଁ ସିନିୟର ଖେଳାଳିଙ୍କ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ହୋଇଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ସିରିଜରେ ୩ଟି ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ । କୋହଲି ଏବେ ୨୯ ଶତକ ହାସଲ କରି ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ଆଉ ଗୋଟିଏ ଶତକ ହାସଲ କଲେ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗ କରିବେ । ସେ ଶିବନାରିନ ଚନ୍ଦରପାଲ ଓ ମାଥ୍ୟୁ ହେଡେନଙ୍କ ରେକର୍ଡ ସହ ସମକକ୍ଷ ହେବେ । ଏହି ଦୁଇ ମହାନ ବ୍ୟାଟ୍ସମ୍ୟାନ ୩୦ ଶତକ ହାସଲ କରିଛନ୍ତି ।

ସେହିପରି ଏହି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ୧୫୨ ରନ କଲେ ୯ହଜାର ରନ କ୍ଲବରେ ସାମିଲ ହେବେ । ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ ଗ୍ରାହାମ ଗୁଚଙ୍କୁ ପଛରେ ପକାଇବା ସୁଯୋଗ ମଧ୍ୟ ତାଙ୍କ ନିକଟରେ ରହିଛ । ସେ ୮୯୦୦ ରନ ସଂଗ୍ରହ କରିଛନ୍ତି । ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ରନ ଚେତେଶ୍ୱର ପୂଜାରା(୪୬୮) ସଂଗ୍ରହ କରିଛନ୍ତି । ତାଙ୍କୁ ଅତିକ୍ରମ କରିବା ପାଇଁ କୋହଲିଙ୍କୁ ଆଉ ୩୨ ରନ ଆବଶ୍ୟକ ।

Comments are closed.