ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଗାମୀ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଆଗ୍ରହ ରଖିଛନ୍ତି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ବିସିସିଆଇ ଉଭୟଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । ଆଗାମୀ ବିଜୟ ହଜାରେ ଟ୍ରଫି ୨୪ ଡିସେମ୍ବରରୁ ୧୮ ଜାନୁୟାରୀ ପର୍ଯ୍ୟନ୍ତ ଖେଳାଯିବ । ଉଭୟ ବ୍ୟାଟ୍ସମ୍ୟାନ ଏହି ଟୁର୍ଣ୍ଣାମେଂଟରେ ଖେଳି ପାରନ୍ତି ।
କୋହଲି ଦିଲ୍ଲୀ ଏବଂ ରୋହିତ ମୁମ୍ବାଇ ପକ୍ଷରୁ ଖେଳିବା ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପରେ କୋହଲି ଲଣ୍ଡନ ଯିବେ । ଏହା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ଅବଶ୍ୟ କୋହଲିଙ୍କ ଖେଳିବା ନେଇ ଡିଡିସିଏ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କୋହଲି ଦିଲ୍ଲୀ ପକ୍ଷରୁ ୧୩ ମ୍ୟାଚ ଖେଳି ୮୧୯ ରନ କରିଛନ୍ତି । ସେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ମାରିଛନ୍ତି ।
Comments are closed.