Latest Odisha News

ଦୀର୍ଘ ଦିନ ପରେ ଚିଲି ପନୀର ଖାଇଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଏଥିରେ ଉନ୍ନତି ଆଣିବା ପାଇଁ କୋହଲି ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ଦିଲ୍ଲୀ ଟିମ ପକ୍ଷରୁ ଖେଳିବା ଅବସରରେ ସେ ରେଲୱେ ବିପକ୍ଷ ମ୍ୟାଚରେ ଅଧିନାୟକ ହେବାକୁ ମନା କରି ଦେଇଥିଲେ । କୋହଲି ମ୍ୟାଚ ଅବସରରେ ବଡ ହୋଟେଲରୁ ଖାଦ୍ୟ ନ ଆଣି ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ମିଳୁଥିବା ଖାଦ୍ୟକୁ ସାଥିମାନଙ୍କ ସହ ମିଶି ଖାଇଥିଲେ । କୋହଲି ଛୋଲେ ଭଟ୍ଟୁରେ ଓ ବଟର ଚିକେନ ଖାଇବାକୁ ଭଲ ପାଇଥାନ୍ତି । ମାତ୍ର ଏବେ ନିଜ ଫିଟନେସକୁ ଧ୍ୟାନରେ ରଖି ସେ ଏହି ସବୁ ଖାଦ୍ୟଠାରୁ ଦୂରେଇ ରହିଛନ୍ତି । ତେବେ ରଣଜୀ ମ୍ୟାଚ ଅବସରରେ କୋହଲି ଚିଲି ପନୀରର ମଜା ଉଠାଇଥିଲେ ।

ଡିଡିସିଏ କ୍ୟାଟିଂନର ଶେଫ ସଞ୍ଜୟ ଝା ଏହି ଖୁଲାସା କରିଛନ୍ତି । କୋହଲିଙ୍କୁ ଦୀର୍ଘ ଦିନ ପରେ ଘରୋଇ କ୍ରିକେଟ ଖେଳୁଥିବା ଦେଖିବା ପାଇଁ କ୍ରିକେଟପ୍ରେମୀ ବେଶ ରୋମାଂଚିତ ଥିଲେ । ଦିଲ୍ଲୀ ଓ ରେଲୱେ ବିପକ୍ଷ ମ୍ୟାଚରେ ଷ୍ଟାଡିୟମରେ ଦର୍ଶକ ପୂର୍ଣ୍ଣ ହେବା ଏହାର ଜ୍ୱଳନ୍ତ ଉଦାହରଣ । ପ୍ରଥମ ଦିବସରେ କୋହଲି ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇ ନ ଥିଲେ । ଦ୍ୱିତୀୟ ଦିନ ତାଙ୍କ ବ୍ୟାଟିଂ ଦେଖିବା ପାଇଁ ଅଧିକ ଭୀଡ ହେବ ବୋଲି ଆଶା କରାଯାଉଛି ।

Comments are closed.