ବେଙ୍ଗାଲୁର: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ନିକଟରେ ନୂତନ କୀର୍ତିମାନ ସ୍ଥାପନ କରିବା ସୁଯୋଗ ରହିଛି । ସେ ଯଦି ଏହି ମ୍ୟାଚରେ ସେ ୫୫ ରନରୁ ଊର୍ଦ୍ଧ୍ୱ କରିବେ ତାହାହେଲେ ପ୍ରଥମ ଭାରତୀୟ ଭାବେ ଟି୨୦ରେ ୧୩୦୦୦ ରନ କ୍ଲବରେ ସାମିଲ ହେବେ । ସେ ଟି୨୦ରେ ୪୦୦ ମ୍ୟାଚ ଖେଳି ୩୮୩ ଇନିଂସରେ ୧୨୯୪୫ ରନ ସଂଗ୍ରହ କରିଛନ୍ତି । ଏଥିରେ ୯ ଶତକ ଓ ୯୮ ଅର୍ଦ୍ଧଶତକ ସାମିଲ । କୋହଲି ୫୫ ରନ କଲେ ପ୍ରଥମ ଭାରତୀୟ ଏବଂ ଓଭରାଲ ୫ମ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିବେ । ଏହା ବ୍ୟତୀତ ଦ୍ରୁତ ୧୩୦୦୦ ହାସଲରେ ଦ୍ୱିତୀୟ ଖେଳାଳି ହେବେ ।
ତାଙ୍କ ପୂର୍ବରୁ କ୍ରିସ ଗେଲ ୩୮୧ ଇନିଂସରେ ଏହି ଉପଲବ୍ଧି ହାସଲ କରି ଏବେ ବି ପ୍ରଥମ ସ୍ଥାନରେ ରହିଛନ୍ତି । ଆଲେକ୍ସ ହେଲ୍ସ(୪୭୪ ଇନିଂସ), ଶୋଏବ ମଲିକ(୪୮୭), କିରନ ପୋଲାର୍ଡ ୫୯୪ ଇନିଂସରେ ୧୩ ହଜାର ରନ ସଂଗ୍ରହ କରିଛନ୍ତି । କୋହଲି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୩୨ ମ୍ୟାଚରେ ୧୨୬ ଷ୍ଟ୍ରାଇକ ରେଟରେ ୧୦୫୩ ରନ କରିଛନ୍ତି । ଏଥିରେ ୯ ଅର୍ଦ୍ଧଶତକ ସାମିଲ । ସେ ଆଉ ୪ ରନ କଲେ ଚେନ୍ନାଇ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବେ । ଏବେ ଏହି ରେକର୍ଡ ଶିଖର ଧାୱନଙ୍କ ନାମରେ ରହିଛି । ସେ ୨୯ ଇନିଂସରେ ୧୦୫୭ ରନ କରିଛନ୍ତି ।
Comments are closed.