Latest Odisha News

BREAKING NEWS

୧୪ ହଜାର ରନ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୧୫୨ ରନ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା ହୋଇ ସାରିଛି । ସୂର୍ଯ୍ୟକୁମାର ଯାଦବ ଟି୨୦ ଏବଂ ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ନିକଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିବା ସୁଯୋଗ ଉପନୀତ ହୋଇଛି । ଏହି ୩ ମ୍ୟାଚ ବିିଶିଷ୍ଟ ସିରିଜରେ ସେ ୧୫୨ ରନ କଲେ ୧୪ ହଜାର ରନ କ୍ଲବରେ ସାମିଲ ହେବେ । ଏଥିସହ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ହଜାର ସଂଗ୍ରହ କରିବାରେ ସେ ରେକର୍ଡ କରିବେ । ଏହା ପୂର୍ବରୁ ୮୦୦୦ ରୁ ୧୩,୦୦୦ ପର୍ଯ୍ୟନ୍ତ ସେ ଦ୍ରୁତ ରନ ସଂଗ୍ରହ କରିଛନ୍ତି ।

ଶ୍ରୀଲଙ୍କାର କୁମାର ସଙ୍ଗକାରାଙ୍କ ସର୍ବାଧିକ ରନ ସଂଗ୍ରହ ରେକର୍ଡକୁ ଭଙ୍ଗ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି । ସଙ୍ଗକାରା ୧୪, ୨୩୪ ରନ ସଂଗ୍ରହ କରି ସଚିନ ତେନ୍ଦୁଲକର (୧୮, ୪୨୬)ଙ୍କ ପଛକୁ ରହିଛନ୍ତି । ସଚିନ ୪୬୩ ଦିନିକିଆରେ ୪୯ ଶତକ ଏବଂ ସଙ୍ଗକାରା ୨୫ ଶତକ ସହାୟତାରେ ୧୪୨୩୪ ରନ ସଂଗ୍ରହ କରିଛନ୍ତି । କୋହଲି ୨୭୪ ଦିିନକିଆ ଖେଳି ୪୬ ଶତକ ସହାୟତାରେ ୧୩୮୪୮ ରନ ସଂଗ୍ରହ କରିଛନ୍ତି ।

Comments are closed.