ନୂଆଦିଲ୍ଲୀ:ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦କୁ ଅଲବିଦା କହି ସାରିଛନ୍ତି । ନିକଟରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଂଜ୍ରେକର ଭାରତର ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟକୁ ସଂଘର୍ଷ ନ କରି ଛାଡିଦେବାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି । ଯାହାକ୍ୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କୋହଲି ଟେଷ୍ଟ କ୍ରିକେଟକୁ ବହୁତ ଶୀଘ୍ର ଅଲବିଦା କହିଦେଲେ । ତାଙ୍କୁ ଆହୁରି ସଂଘର୍ଷ କରିବା ଆବଶ୍ୟକ ଥିଲା । ତାଙ୍କ ସମକାଳୀନ ଖେଳାଳି ଜୋ ରୁଟ, ଷ୍ଟିଭ ସ୍ମିଥ ଓ କେନ ୱିଲିୟମସନ ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛି ।
କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିବା ପରେ କୋହଲି ତ୍ରୁଟି ସୁଧାରିବା ପରିବର୍ତେ ଟେଷ୍ଟ କ୍ରିକେଟକୁ ଅଲବିଦା କହିବା ନିଶ୍ଚିତ ଭାବେ ପ୍ରଶଂସକଙ୍କୁ ବ୍ୟଥୀତ କରିଛି । ସେ ଏବେ ସହଜ ଫର୍ମାଟରେ ଖେଳିବା ଜାରୀ ରଖିଛନ୍ତି । କୋହଲିଙ୍କ ଫିଟନେସ ଭଲ ରହିଛି ସେ ବେଶ କିଛି ଦିନ ଟେଷ୍ଟ କ୍ରିକେଟ ଖେଳି ପାରିଥାନ୍ତେ । ୨୦୨୦ରୁ ୨୦୨୫ ପର୍ଯ୍ୟନ୍ତ କୋହଲି ୩୯ ମ୍ୟାଚରେ ୩୦ ଆଭରେଜରେ ୨୦୨୮ ରନ କରିଥିଲେ । ଏଥିରେ ୩ଶତକ ଓ ୯ ଅର୍ଦ୍ଧଶତକ ସାମିଲ । କ୍ୟାରିୟରର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସିରିଜରେ ସେ ୯ ଇନିଂସରେ ୧୯୦ ରନ କରିଥିଲେ । କୋହଲି ଓଭରାଲ ୧୨୩ ଟେଷ୍ଟରେ ୯୨୩୦ ରନ କରିଛନ୍ତି । ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ରହିଛି ।