Latest Odisha News

BREAKING NEWS

ରଣଜୀରେ କିପରି ଥିଲା କୋହଲିଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ୧୨ ବର୍ଷ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି କ୍ରିକେଟ ଖେଳିବାକୁ ଯାଉଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଖରାପ ଫର୍ମ ଯୋଗୁ ବିସିସିଆଇର ପରାମର୍ଶ କ୍ରମେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍ଗଳବାର ସେ ଦିଲ୍ଲୀ ଟିମ ସହିତ ଯୋଗ ଦେଇ ଅଭ୍ୟାସ କରିଥିଲେ । କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲେ ମଧ୍ୟ ସେ ମନା କରିଥିଲେ । ଜାନୁୟାରୀ ୩୦ରେ ସେ ରେଲୱେ ବିପକ୍ଷ ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ । କୋହଲି ରଣଜୀ ଟ୍ରଫିରେ ମାତ୍ର ୨୩ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୫ ଶତକ ମାରିଛନ୍ତି ।

୨୦୦୬ରେ ସେ ରଣଜୀ ପଦାର୍ପଣ କରିଥିଲେ । ସେହି ବର୍ଷ ୬ ମ୍ୟାଚରେ ୩୬ ଆଭରେଜରେ ୨୫୭ ରନ କରିଥିଲେ । ଏହା ପରେ ୨୦୦୭ରେ ୫ ମ୍ୟାଚରେ ୨ ଶତକ ସହ ୩୭୩ ରନ, ୨୦୦୮ରେ ୪ ମ୍ୟାଚରେ ୧୭୪, ୨୦୦୯ରେ ୩ ମ୍ୟାଚରେ ୧ ଶତକ ସହ ୩୭୪, ୨୦୧୦ରେ ୪ ମ୍ୟାଚରେ ୨ ଶତକ ସହ ୩୩୯ ଓ ୨୦୧୨ରେ ଗୋଟିଏ ମ୍ୟାଚରୁ ୫୭ ରନ ସଂଗ୍ରହ କରିଥିଲେ । ରେଲୱେ ବିପକ୍ଷରେ କିଙ୍ଗ କୋହଲିଙ୍କ ନିକଟରୁ ଏକ ବଡ ଇନିଂସ ଆଶା କରାଯାଉଛି । ଯାହାକି ପରେ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ଏବଂ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଭଲ ପ୍ରଦର୍ଶନ କରିବାରେ ସହାୟ ହେବ ।

Leave A Reply

Your email address will not be published.