ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଶୁଭମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ଭାଗ୍ୟବାନ ଯେ, ରୋହିତ ଓ ବିରାଟ ଭାଇଙ୍କ ପରି ଖେଳାଳିଙ୍କ ସହ ଖେଳିବା ସୁଯୋଗ ପାଇଛି । ସେମାନଙ୍କ ନିକଟରୁ ଅନେକ କିଛି ଶିକ୍ଷା ଲାଭ କରିଛି । ଉଭୟଙ୍କ ଅଧିନାୟକ ଶୈଳୀ ଭିନ୍ନ ହୋଇଥିଲେ ମଧ୍ୟ ଦଳକୁ ବିଜୟୀ କରାଇବା ମୂଖ୍ୟ ଲକ୍ଷ୍ୟ ଥିଲା । ଆମେ ବି ସେହି ଉଦ୍ଦେଶ୍ୟ ନେଇ ଆଗକୁ ବଢ଼ିବୁ । ବିରାଟ ଭାଇ ସର୍ବଦା ଆକ୍ରମଣାତ୍ମକ ଶୈଳୀ ଆପଣାଉଥିଲେ । ରୋହିତ ଭାଇ ବାହାରକୁ ଆକ୍ରମଣାତ୍ମକ ଦେଖାଯାଉ ନ ଥିବା ବେଳେ ମାତ୍ର ତାଙ୍କ ନେତୃତ୍ୱ ଶୈଳୀରେ ଏହା ରହିଥିଲା ।
ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ନିଶ୍ଚିତ ଭାବେ ଅଭିଜ୍ଞତାର ଆବଶ୍ୟକତା ରହିଛି । ମୋତେ ସୁଯୋଗ ମିଳିଥିବାରୁ ମନପ୍ରାଣ ଦେଇ ଟିମକୁ ବିଜୟୀ କରାଇବା ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ରୋମାଂଚକ ହେବ ବୋଲି ଗିଲ କହିଛନ୍ତି । ଏହି ଅବସରରେ ସେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଅଭିଜ୍ଞତାକୁ ମନେ ପକାଇଥିଲେ । ଭାରତ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଚୟନ କରିଛି । ଦଳ ଭଲ ପ୍ରଦର୍ଶନ କରିବ ବୋଲି କୋଚ ଗୌତମ ଗମ୍ଭୀର ଆଶା ବ୍ୟକ୍ତ କରିଛନ୍ତି ।
Comments are closed.