Latest Odisha News

BREAKING NEWS

ସୋସିଆଲ ମିଡିଆରୁ ହେଉଥିବା ଆୟର ସତ୍ୟତା ନାହିଁ : କୋହଲି

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ସୋସିଆଲ ମିଡିଆରେ ହେଉଥିବା ଆୟ ସମ୍ପର୍କରେ ନିକଟରେ ଖବର ପ୍ରକାଶ ପାଇଥିଲା । ହୁପର ଏଚକ୍ୟୁ ୨୦୨୩ ଇନଷ୍ଟାଗ୍ରାମ ପକ୍ଷରୁ ଧନୀ ତାଲିକା ପ୍ରକାଶ ପାଇଥିଲା । ଏଥିରେ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ୧୧.୪୫ କୋଟି ଆୟ କରୁଛନ୍ତି ବୋଲି ଉଲ୍ଲେଖ ରହିଥିଲା । ତେବେ ଶନିବାର ଏହି ଖବରକୁ କୋହଲି ଖଣ୍ଡନ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ସୋସିଆଲ ମିଡିଆରୁ ମୋ ଆୟ ସମ୍ପର୍କୀତ ଖବରର ସତ୍ୟତା ନାହିଁ । ଏଚକ୍ୟୁ ଡାଟାରେ କୋହଲି ୧୪ତମ ସ୍ଥାନରେ ରହିଛନ୍ତି । ପର୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ଗୋଟିଏ ପୋଷ୍ଟରୁ ୨୬.୭୫ କୋଟି ଆୟ କରୁଛନ୍ତି । ଆର୍ଜେଂଟିନାର ଲିଓନେଲ ମେସି( ୨୧.୪୯କୋଟି) ଓ ଆମେରିକା ସେଲିବ୍ରେଟି ସେଲେନା ଗୋମେଜ( ୨୫ ଲକ୍ଷ ୫୮ ହଜାର) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହୁଛନ୍ତି ।

ଭାରତୀୟଙ୍କ ମଧ୍ୟରେ କୋହଲିଙ୍କ ପଛକୁ ପ୍ରିୟଙ୍କା ଚୋପ୍ରା ରହିଛନ୍ତି । ପ୍ରିୟଙ୍କା ଗୋଟିଏ ପୋଷ୍ଟରୁ ୫ ଲକ୍ଷ ୩୨ ହଜାର ଆୟ କରୁଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । କୋହଲି ମୁହଁ ଖୋଲିବା ପରେ ୟୁଜର୍ସମାନେ ଲେଖିଛନ୍ତି ଯେ, ଏହା କଣ ଆୟକର ବିଭାଗର ଡର ? ସେହିପରି କୋହଲି ଏବେଠାରୁ ଝିଅ ଭାମିକା ପାଇଁ ଯୌତୁକ ସଂଗ୍ରହ କରୁୁଛନ୍ତି ବୋଲି ଆଉ ଜଣେ ଲେଖିଛନ୍ତି ।

Leave A Reply

Your email address will not be published.