ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଟେଷ୍ଟରୁ ଅବସର ନେବା ନେଇ ଆଲୋଚନା ଜୋର ଧରିଛି । ଏହି ଅବସରରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେ କୋହଲିଙ୍କୁ ଅବସର ନ ନେବା ପାଇଁ ପରାମର୍ଶ ଦେବା ସହ ବିଶ୍ୱ କ୍ରିକେଟରେ କୋହଲିଙ୍କ ଏବେ ଆବଶ୍ୟକତା ରହିଛି । ତାଙ୍କୁ ମନାଇବା ଆମର କର୍ତବ୍ୟ ବୋଲି ଲାରା କହିଛନ୍ତି । ଲାରା ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ୫୨.୮୮ ଆଭରେଜରେ ୧୧୯୫୩ ରନ ସଂଗ୍ରହ କରିଛନ୍ତି ।
ନିକଟରେ କୋହଲିଙ୍କ ପ୍ରଦର୍ଶନ ଟେଷ୍ଟ କ୍ୟାରିୟରରେ ଭଲ ରହି ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ କୋହଲି ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ ବାକି ତକ ମ୍ୟାଚରେ ବିଫଳ ହୋଇଥିଲେ । ରୋହିତଙ୍କ ଅବସର ପରେ କୋହଲି ଏବେ ନୂଆ ଅଧିନାୟକଙ୍କ ସହ ଖେଳିବେ । ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିବା ପାଇଁ କୋହଲିଙ୍କୁ ୭୭୦ ରନର ଆବଶ୍ୟକତା ରହିଛି । ସେ ୧୨୩ ଟେଷ୍ଟରେ ୪୬.୮୫ ଆଭରେଜରେ ୯୨୩୦ ରନ ସଂଗ୍ରହ କରିଛନ୍ତି । ଏଥିରେ ୩୦ ଶତକ ସାମିଲ । ଜୁନ ୨୦ରୁ ହେଡିଙ୍ଗଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ ।
Comments are closed.