Latest Odisha News

ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା

ବେଙ୍ଗାଲୁର: ଆଇପିଏଲ ୨୦୨୫ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୧ କୋଟି ଟଙ୍କାରେ ବିରାଟ କୋହଲିଙ୍କୁ ରିଟେନ କରିଥିଲା । ତେବେ କୋହଲିଙ୍କ ସ୍ୟାଲେରୀରୁ ୮ କୋଟି ଟଙ୍କା କଟିଯିବ । ତେବେ ଏହି ଅର୍ଥ କାହିଁକି କଟିବ ଆସନ୍ତୁ ଜାଣିବେ । ଆୟକର ବିଭାଗର ୧୯୬୧ ନିୟମ ଅନୁସାରେ ବ୍ୟବସାୟ କିମ୍ବା ପ୍ରଫେଶନରୁ ହୋଇଥିବା ଆୟ ଉପରେ ସର୍ବାଧିକ ଟ୍ୟାକ୍ସ ଦେବାକୁ ପଡିଥାଏ । ଏହାର ମାନେ କୋହଲି ୨୧ କୋଟି ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଦେବେ । ତାଙ୍କର ଆୟ ୧୫ ଲକ୍ଷ ଉପରେ ରହିଥିବାରୁ ଏହାର ହିସାବ ଅନୁସାରେ ଏ ବାବଦକୁ ୬.୩ କୋଟି ଟଙ୍କା ଦେବେ । ସେହିପରି ୫ କୋଟିରୁ ଅଧିକ ଆୟ ହେଲେ ୨୫ ପ୍ରତିଶତ ସରଚାର୍ଜ ଦେବାକୁ ପଡିବ । ଏଥିଯୋଗୁ ଆଉ ୧.୫୭୫ କୋଟି ଟଙ୍କା କଟିବ ।

ଓଭରାଲ ଟ୍ୟାକ୍ସ ଉପରେ ୪ ପ୍ରତିଶତ ସେସ ବାବଦକୁ ୩୧ ଲକ୍ଷ ଟଙ୍କା କଟିବ । ୨୧ କୋଟିରୁ ୮.୧୮୫ କୋଟି ଟଙ୍କା କଟିଯିବ । କୋହଲି ୧୩ କୋଟି ପାଖାପାଖି ପାଇବେ । ୨୦୦୮ରେ କୋହଲି ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ୧୨ ଲକ୍ଷରେ ଆରସିବି ନେଇଥିଲା । ୩ ସିଜନ ପରେ ୨୦୧୧ରେ ତାଙ୍କ ମୂଲ୍ୟ ୮.୨୮ କୋଟିରେ ପଂହଚିଥିଲା । ୨୦୧୪ରେ ୧୨, ୨୦୧୮ରେ ଏହା ୧୭ କୋଟି ଛୁଇଁଥିଲା । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସେ ୧୫ କୋଟି ଟଙ୍କା ପାଇଥିଲେ । ଏବେ ତାଙ୍କ ସ୍ୟାଲେରର ୨୧ କୋଟିରେ ରହିଛି ।

Comments are closed.