Latest Odisha News

BREAKING NEWS

କୋହଲିଙ୍କ ଟେକନିକ ନୂଆ ବଲ ପାଇଁ ଉପଯୁକ୍ତ ନୁହେଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୂନର୍ବାର ଫେଲ ମାରିଛନ୍ତି । ଟେଷ୍ଟ ସ୍ପେଶାଲିଷ୍ଟ ବିବେଚନା କରାଯାଉଥିବା ଚେତେଶର ପୂଜାରା ସୋମବାର କୋହଲିଙ୍କ ଟେକନିକ ସମ୍ପର୍କରେ ଖୁଲାସା କରିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଅନେକ ଆକର୍ଷଣୀୟ ପାରୀ ଖେଳିଥିବା ପୂଜାରା କହିଛନ୍ତି ଯେ, କୋହଲି ନୂଆ ବଲରେ ଠିକ ଭାବେ ଖେଳି ପାରୁ ନାହାନ୍ତି । ପର୍ଥରେ ସେ ପୁରୁଣା ବଲ ସାମ୍ନା କରିଥିବାରୁ ଶତକ ହାସଲ କରିଥିଲେ । ଏକ ସାକ୍ଷାତକାରରେ ପୂଜାରା କହିଛନ୍ତି, ଅଷ୍ଟ୍ରେଲିଆ ବୋଲର ଅଫ ଷ୍ଟମ୍ପସ ବାହାରେ ବଲ ପକାଉଛନ୍ତି ଏବଂ ସେ ଏହାକୁ ଖେଳି ଆଉଟ ହେଉଛନ୍ତି ।

ନେଟ୍ସରେ ବଲ ଛାଡୁଥିବା ଅଭ୍ୟାସ କରୁଥିବା ବେଳେ ମ୍ୟାଚ ବେଳେ ଏହା ପଛରେ ପଡି ଯାଉଛନ୍ତି । ଟେଷ୍ଟ କ୍ରିକେଟରେ ଭଲ ବଲ ଛାଡିବା ବୁଦ୍ଧିମାନର କାମ । ୧୦ରୁ ୨୦ ଓଭର ବୋଲିଂ ପରେ କୋହଲି ବ୍ୟାଟିଂ ଆସିବା କଥା । ସେ ଜଣେ ଭଲ ବ୍ୟାଟ୍ସମ୍ୟାନ । ମାନସିକ ସ୍ଥିତିରେ ସାମାନ୍ୟ ପରିବର୍ତନ କଲେ କୋହଲି ପୂନର୍ବାର ଟ୍ରାକକୁ ଫେରିବେ ବୋଲି ପୂଜାରା କହିଛନ୍ତି । କୋହଲି ଆଉଟ ହୋଇଗଲେ ଟିମ ଚାପରେ ପଡିଯାଉଛି । ତାଙ୍କ ଆହୁରି ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟାଟିଂ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Comments are closed.