Latest Odisha News

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍। ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ହଲକୁ ଯାଉଥିବା ଭିଡିଓରେ ନଜର ଆସିଛି।

ସିସିଟିଭି ଫୁଟେଜ୍ ଅନୁଯାୟୀ, ସେହି କାଳ ରାତିରେ ସେମିନାର୍ ହଲ୍କୁ ଯାଇଥିଲେ ମୋଟ୍ ୬ ଜଣ। ମୃତ ଟ୍ରେନି ଡାକ୍ତର, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ଦେଖିବାକୁ ମିଳିଛି। ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ। ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ। ତେବେ ପରବର୍ତ୍ତୀ ସମୟରେ ସଞ୍ଜୟଙ୍କ ଭିତରକୁ ଯାଇଥିଲେ କିନ୍ତୁ ତାଙ୍କ ବାହାରିବା ବେଳର ଫୁଟେଜ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୯ ତାରିଖ ରାତିରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଡାକ୍ତରଖାନାର ଜରୁରୀକାଳୀନ ବିଲ୍ଡିଂର ସେମିନାର ହଲରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ କୋଲକାତା ପୋଲିସ ସିଭିକ୍ ସ୍ବେଚ୍ଛାସେବୀ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା।

Comments are closed.