Latest Odisha News

BREAKING NEWS

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ

କୋଲକାତା: ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ। ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଆଜି ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ।

ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ସଂଘ ସୋମବାର ନ୍ୟାୟ ଏବଂ ସୁରକ୍ଷା ଦାବିରେ ଧର୍ମଘଟ ଡାକରା ଦେଇଛି। ଏହା ସହିତ ପାଞ୍ଚଟି ଦାବି ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ସଂଗଠନ ମଧ୍ୟ ଧମକ ଦେଇଛି। ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ବା FORDA ପକ୍ଷରୁ ଗତକାଲି ଏକ ବୈଠକ ବସିଥିଲେ । ଏଥିରେ ସାରା ଦେଶରେ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ବାନ ଦିଆଯାଇଛି।

ମାମଲାର ସିବିଆଇ ତଦନ୍ତ, ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି, ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ ଏକ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ଦାବି ରଖିଛି FORDA । ଅନ୍ୟପଟେ ସୋମବାରଠାରୁ ଦିଲ୍ଲୀର ପ୍ରମୁଖ ସରକାରୀ ଡାକ୍ତରଖାନାଗୁଡ଼ିକରେ ସମସ୍ତ ଜରୁରୀକାଳୀନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ନିରାପତ୍ତା ଦାବି କରି ଡାକ୍ତରମାନେ ଏହି ପ୍ରସଙ୍ଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ଏହି ଘଟଣାର ଦାୟୀ ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡ ସୁନିଶ୍ଚିତ କରିବା ସହ ତୁରନ୍ତ ତଥା ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସେ ନିବେଦନ କରିଛନ୍ତି।

ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକଂପା ରାଶିପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ। ଏହା ଭିତରେ ଘଟଣାରେ ପୋଲିସ ସଂଜୟ ରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି।

Comments are closed.