ପୁରୀ: ପ୍ରତିବର୍ଷ ପରି ଆଜିଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ପାଦ ଦେଶରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ମହୋତ୍ସବ । ଏହି ମହୋତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଭର୍ଚୁଆଲ୍ ମୋଡ୍ ରେ ଉଦ୍ଘାଟିତ ହୋଇଯାଇଛି । ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସହ ଓଡିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ଆୟୋଜିତ ଏହି ପାଞ୍ଚ ଦିନିଆ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି, ପର୍ଯ୍ୟଟନଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଇଲେକ୍ଟ୍ରୋନିକ, ସୂଚନା , ପ୍ରଯୁକ୍ତି , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ , କୋଣାର୍କ ଏନଏସିର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଓଡିଶା ସଂଗୀତ ନାଟକ ଏକାଡେମିର ସଭାପତି ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧକ୍ଷ ଡ଼. ଲେଲିନ୍ ମହାନ୍ତି; ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରାମର୍ଶଦାତା ଦୁର୍ଗା ପ୍ରସାଦ ସାମନ୍ତରାୟ;ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।
ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଓଡିଶୀ ଓ ଭାରତନାଟ୍ୟମ ପରିବେଷଣ କରାଯାଇଥିଲା । ଜ୍ୟୋତ୍ସ୍ନା ରାଣୀ ସାହୁ ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶ୍ରୀ ଜଗନ୍ନାଥ ସ୍ରୁତି ଓ ଆଦିତ୍ୟ ନାରାୟଣ ଙ୍କ ବନ୍ଦନା ପରିବେଷଣ ହୋଇଥିଲା । ତାହାପରେ ଭାରତନାଟ୍ୟମର ପ୍ରଖ୍ୟାତ ଗୁରୁ ପ୍ରବିନ୍ କୁମାର ଓ ବେଙ୍ଗାଲୁରୁ ‘ଚିତ୍ କଳା ସ୍କୁଲ ଅଫ ଡ୍ୟାନ୍ସ’ ର ଶିଳ୍ପୀଗଣ ପରିବେଷଣ କରିଥିଲେ । ଏହା ପରେ ଶିବାଞ୍ଜଳି ଓ ତିଲ୍ଲାନା ଭାରତନାଟ୍ୟମ୍ ପରିବେଷଣ ବେଶ ହୃଦୟ କୁ ଛୁଇଁଥିଲା ।
Comments are closed.