Latest Odisha News

କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : କରୋନା କଟକଣା ମଧ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ ଓ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ । ଭର୍ଚୁଆଲ ମାଧ୍ୟମରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋତ୍ସବକୁ ଉଦଘାଟନ କରିଥିଲେ । ଓଡିଶୀ ଓ କଥକ ନୃତ୍ୟରେ କମ୍ପି ଉଠୁଛି ରଙ୍ଗମଞ୍ଚ। ଏହି କୋଣାର୍କ ମହତ୍ସୋବ ସମୟରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷଣ ହୋଇଥିଲା ଓଡିଶୀ ନୃତ୍ୟ। ଏହି ଉଦଘାଟନୀ ଉତ୍ସବରେ ପର୍ଯ୍ୟଟମ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ରାଜ୍ୟ ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ଏମ୍ ବାଲକ୍ରିଷ୍ଣନ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.