Latest Odisha News

BREAKING NEWS

ରାଜ୍ୟରେ ଘନ କୁହୁଡି ଆସ୍ତରଣ; ଅଦୃଶ୍ୟ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର  

ଭୁବନେଶ୍ୱର: ଘନ କୁହୁଡିରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଅଦୃଶ୍ୟ ହୋଇଯାଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ ୧୩ଶ ଶତାବ୍ଦୀର ୟୁନେସ୍କୋ ବିଶ୍ୱ ଐତିହ୍ୟ ଢାଞ୍ଚାର ଉତ୍କୃଷ୍ଟ କାରୁକାର୍ଯ୍ୟ ଦେଖିପାରି ନଥିଲେ। ଯାହାକୁ ନେଇ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏସବୁ ସତ୍ତ୍ୱେ ମଧ୍ୟ ପର୍ଯ୍ୟଟକ ମାନେ ଥଣ୍ଡା ପାଗର ମଜା ନେଇ ସେଲ୍ଫି କ୍ଲିକ୍ କରୁଥିବାର ଦେଖାଯାଇଥିଲା।

ଘନ କୁହୁଡି ଯୋଗୁଁ ଚଳଚଞ୍ଚଳ ରାସ୍ତାଗୁଡ଼ିକ ମଧ୍ୟ ଖାଲି ଥିଲା ଓ ଡ୍ରାଇଭରମାନଙ୍କୁ ମଧ୍ୟ ଗାଡ଼ି ଚଳାଇବାରେ ଅସୁବିଧା ହେଉଥିଲା। ଯାହାଫଳରେ ଅନେକ ଗାଡ଼ି ସେଠାରେ ସମ୍ପୂର୍ଣ୍ଣ ଅଟକି ଯାଇଥିଲା। ତେବେ ଆଜି ସକାଳେ ଖୋର୍ଦ୍ଧା, ଗୋପାଳପୁର, ରାଉରକେଲା, ଢେଙ୍କାନାଳ, କୋରାପୁଟ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯାଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏହି କୁହୁଡି ୫୦ ମିଟରରୁ ଅଧିକ ଦୃଶ୍ୟମାନତାକୁ ହ୍ରାସ କରିଥିଲା। କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରେ ଘନ କୁହୁଡ଼ିର ଆବରଣ ଘୋଡାଇ ରହିଥିଲା। ଯାହାଫଳରେ କୋରାପୁଟକୁ ରାୟଗଡ଼ା ସହିତ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତରେ ସମସ୍ୟା ଦେଖାଦେଇଥିଲା।

ଏଥିସହିତ ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା। ଯେଉଁଠାରେ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୧୯ ଏବଂ ୧୭.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।

Comments are closed.