Latest Odisha News

BREAKING NEWS

ବର୍ଷା ଯୋଗୁ ଧୋଇ ହୋଇଗଲା କୋଣାର୍କ ସୂର୍ଯ୍ୟାସ ଓଡିଶା-ମଣିପାଲ ଟାଇଗର୍ସ ମ୍ୟାଚ

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର ହେବାକୁ ଥିବା କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ମଣିପାଲ ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ଫଳରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି । କୋଣାର୍କ ସୂର୍ଯ୍ୟାସ ଟିମ ବିଜୟଧାରା ବଜାୟ ରଖିବାକୁ ଚାହୁଁଥିବା ବେଳେ ମଣିପାଲ ଟିମ ଖାତା ଖୋଲିବା ଲକ୍ଷ୍ୟରେ ରହିଥିଲା । ପ୍ରବଳ ବର୍ଷା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା । ମ୍ୟାଚ ବାତିଲ ହେବା ପରେ ଉଭୟ ଟିମ ଗୋଟିଏ ଲେଖାଏଁ ପଂଏଟ ପାଇଛନ୍ତି । କୋଣାର୍କ ସୂର୍ଯ୍ୟାସ ଓଡିଶା ୨ଟି ମ୍ୟାଚରୁ ୩ ପଂଏଟ ପାଇ ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

ମଣିପାଲ ଟିମ ୨ଟି ମୁକାବିଲାରୁ ଗୋଟିଏ ପଂଏଟ ହାସଲ କରିଛି । ସଦର୍ଣ୍ଣ ସୁପର ଷ୍ଟାର୍ସ କ୍ରମାଗତ ୩ଟି ବିଜୟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ହରଭଜନ ସିଂ ମଣିପାଲ ଟାଇଗର୍ସର ନେତୃତ୍ୱ ନେଉଥିବା ବେଳେ କୋଣାର୍କ ଟିମର ଅଧିନାୟକ ଦାୟିତ୍ୱ ଇରଫାନ ପଠାନ ଉପରେ ନ୍ୟସ୍ତ ରହିଛି । କୋଣାର୍କ ସୂର୍ଯ୍ୟାସ ଓଡିଶା ତାର ପରବର୍ତୀ ମ୍ୟାଚରେ ଦୀନେଶ କାର୍ତିକ ନେତୃତ୍ୱାଧୀନ ଇଣ୍ଡିଆ କ୍ୟାପିଟାଲ୍ସକୁ ଭେଟିବ । ସୁରଟର ଲାଲବାଇ କଂଟ୍ରାକ୍ଟର ଷ୍ଟାଡିୟମରେ ସେପ୍ଟମ୍ବର ୨୯ରେ ଏହି ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.