Latest Odisha News

BREAKING NEWS

ଟୋୟାମ ହାଇଦ୍ରାବାଦକୁ ସାମ୍ନା କରିବ କୋଣାର୍କ ସୂର୍ଯ୍ୟାସ ଓଡିଶା

ଜାମ୍ମୁ: ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ଯ୍ୟାସ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । ସେପ୍ଟେମ୍ବର ୬ (ରବିବାର) ଜାମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି କେଏସଓ । ସେପ୍ଟେମ୍ବର ୪ (ଶୁକ୍ରବାର) ରେ ମୋଲାନା ଆଜାଦ ଷ୍ଟାଡିୟମରେ କେଏସଓ ଦଳ ଇଣ୍ଡିଆ କ୍ୟାପିଟାଲ୍ସକୁ ପାଂଚ ରନ୍ ରେ ପରାସ୍ତ କରିଛି । ପ୍ରଥମ ଇନିଂସରେ କେଭିନ ଓ’ବ୍ରାଇନ୍‌ଙ୍କ ବ୍ୟାଟିଂ ସାହାୟତାରେ କୋଣାର୍କ ସୂର୍ୟାସ ଓଡିଶା ବିପକ୍ଷ ଦଳକୁ ୧୨୮ରନ୍ ର ଟାର୍ଗେଟ୍ ଦେଇଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭର ୧୨୨/୭ ସ୍କୋର୍ କରିବାରେ ସକ୍ଷମ ହୋଇପାରିଥିଲା, ଯାହା ଦ୍ୱାରା କେଏସଓ ଲିଗ୍ ରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି |

ପଏଣ୍ଟ୍ ଟେବୁଲ:ଦୁଇଟି ବିଜୟ ସହିତ ୫ ଟି ମ୍ୟାଚରୁ ୬ ପଏଣ୍ଟ ପାଇ କୋଣାର୍କ ସୂର୍ଯ୍ୟ ଓଡିଶା ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି| ଅନ୍ୟପକ୍ଷରେ ଟୋୟମ୍ ହାଇଦରାବାଦ ୪ ଟି ମ୍ୟାଚରୁ ମାତ୍ର ଗୋଟିଏ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।

ଦଳର ଫର୍ମ:ଟୋୟାମ ହାଇଦ୍ରାବାଦ ପାଇଁ ବୋଲିଂ ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନ୍ୟ ପଟେ  ଓଡିଶା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଆସୁଛି |

କୋଣାର୍କ ସୂର୍ଯ୍ୟାସ: ଇରଫାନ ପଠାନ (ଅଧିନାୟକ), ୟୁସୁଫ ପଠାନ, ଶାହାବାଜ ନାଡିମ, ବିନୟ କୁମାର, ଫିଡେଲ ଏଡୱାର୍ଡସ, କେଭିନ ଓ’ବ୍ରାଇନ୍, ପ୍ରବୀନ୍ ତାମ୍ବେ, ବେନ୍ ଲାଫଲିନ୍, ଅମ୍ବାତି ରାୟୁଡୁ, ନାଭିନ୍ ଷ୍ଟୁଆର୍ଟ, ରସ ଟେଲର, ରିଚାର୍ଡ ଲେଭି, ଦିଲଶାନ ମୁନାୱେରା, କେପି ଆପାନ୍ନା, ଦିୱେଶ ପଠାନିଆ, ରାଜେଶ ବିଷ୍ଣୁ, ନଟରାଜ ବେହେରା |

Comments are closed.