Latest Odisha News

BREAKING NEWS

ବର୍ଷା ଯୋଗୁ ବାତିଲ ହେଲା କୋଣାର୍କ ସୂର୍ଯ୍ୟାସ ଓଡିଶା-ଇଣ୍ଡିଆ କ୍ୟାପିଟାଲ୍ସ ମ୍ୟାଚ

ସୁରଟ: ଲିଜେଣ୍ଡସ ଲିଗ କ୍ରିକେଟରେ ରବିବାର ଖେଳାଯିବାକୁ ଥିବା କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଇଣ୍ଡିଆ କ୍ୟାପିଟାଲ୍ସ ମ୍ୟାଚ ବର୍ଷା ଏବଂ ଓଦା ଆଉଟଫିଲ୍ଡ ଯୋଗୁ ବାତିଲ ହୋଇଯାଇଛି । ଗ୍ରାଉଣ୍ଡ ଷ୍ଟାଫଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ପିଚ ଖେଳିବା ଉପଯୋଗୀ ହୋଇପାରି ନ ଥିଲା । ଶେଷରେ ମ୍ୟାଚ ଅଫିସିଆଲ ଏହାକୁ ବାତିଲ କରିବା ପାଇଁ ନିଷ୍ପତି ନେଇଥିଲେ । ଉଭୟ ଟିମ ୧ ପଂଏଟ ଲେଖାଏଁ ହାସଲ କରିଛନ୍ତି । କୋଣାର୍କ ସୂର୍ଯ୍ୟାସ ୩ ଟି ମ୍ୟାଚରୁ ପଂଏଟ ହାସଲ କରି ପଂଏଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଣ୍ଡିଆ କ୍ୟାପିଟାଲ୍ସ ସମାନ ମ୍ୟାଚରୁ ୩ ପଂଏଟ ହାସଲ କରି ତୃତୀୟ ସ୍ଥାନରେ ରହିଛି । ସଦର୍ଣ୍ଣ ସୁପରଷ୍ଟାର୍ସ ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଇରଫାନ ପଠାନ ନେତୃତ୍ୱାଧୀନ କୋଣାର୍କ ସୂର୍ଯ୍ୟାସ ଅକ୍ଟୋବର ୨ରେ ତାର ପରବର୍ତୀ ମୁକାବିଲାରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ଭେଟିବ । କୋଣାର୍କ ସୂର୍ଯ୍ୟାସ ପ୍ରଥମ ମ୍ୟାଚରେ ମଣିପାଲ ଟାଇଗର୍ସକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା । ଖେଳାଳିମାନେ ଭଲ ଫର୍ମରେ ଥିଲେ ମଧ୍ୟ କ୍ରମାଗତ ୨ଟି ମ୍ୟାଚ ବାତିଲ ହେବା ପ୍ରଶଂସକଙ୍କୁ ନିରାଶ କରିଛି ।

Leave A Reply

Your email address will not be published.