Latest Odisha News

‘କୂ’ ଆପ୍ ମାଧ୍ୟମରେ କରିପାରିବେ ରୋଜଗାର, ଲଞ୍ଚ୍ ହେଲା ପ୍ରିମିୟମ୍ ପ୍ରୋଗ୍ରାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ଟ୍ୱିଟରର ମାସିକ କିମ୍ବା ବାର୍ଷିକ ଯୋଜନା ନେବାକୁ ଚାହୁଁନାହାଁନ୍ତି ତେବେ ଆମେ ଆପଣଙ୍କୁ ଏକ ମାଇକ୍ରୋବ୍ଲଗିଂ ସାଇଟ୍ ବିଷୟରେ କହିବୁ, ଯାହା ଏହାର ପ୍ରିମିୟମ୍ ପ୍ରୋଗ୍ରାମ ଲଞ୍ଚ କରିଛି। ଏହି ସାଇଟ ହେଉଛି ‘କୂ’ । ଏହି ‘କୂ’ ଆପ୍ ମାଧ୍ୟମରେ ବ୍ୟବହାରକାରୀମାନେ ଅନେକ ଟଙ୍କା ରୋଜଗାର କରିପାରିବେ। ଏଥିରେ କ୍ରିଏଟର୍ସଙ୍କୁ ସେମାନଙ୍କର ସ୍ୱତନ୍ତ୍ର ବିଷୟବସ୍ତୁକୁ ମୋନିଟାଇଜ୍ କରିବା ଏବଂ କଷ୍ଟୋମାଇଜ୍ ସବସ୍କ୍ରିପସନ୍ ପ୍ଲାନ ନେବା ପାଇଁ ସୁଯୋଗ ମିଳିବ। ଯାହା ଦ୍ୱାରା ୟୁଜର୍ସ ନିଜର ମାସିକ ଆୟ ଉପାର୍ଜନ କରିପାରିବେ ଏବଂ ସେମାନଙ୍କ ଫଲୋଅର୍ସଙ୍କ ସହିତ ମଧ୍ୟ ଏଙ୍ଗେଜ୍ ରହିପାରିବେ।

‘କୂ’ ୨୦୨୦ ମସିହାରେ ବଜାରକୁ ଆସିଥିଲା। କମ୍ପାନୀ ଏପର୍ଯ୍ୟନ୍ତ ବ୍ଲୁମ୍ ଭେଞ୍ଚର୍ସ, ଏକ୍ସେଲ୍, କଲାରି କ୍ୟାପିଟାଲ୍, 3one4 କ୍ୟାପିଟାଲ୍ ଇତ୍ୟାଦି ନିବେଶକଙ୍କଠାରୁ ୭୦ ମିଲିୟନ୍ ଡଲାରରୁ ଅଧିକ ଟଙ୍କା ସଂଗ୍ରହ କରିଛି। ଲଞ୍ଚ ହେବାର ତିନି ବର୍ଷ ମଧ୍ୟରେ କମ୍ପାନୀର ଆପ୍ ୬୦ ମିଲିୟନରୁ ଅଧିକ ଡାଉନଲୋଡ୍ ହୋଇଛି। ଏତେ କମ ସମୟ ମଧ୍ୟରେ କମ୍ପାନୀର ଅଭିବୃଦ୍ଧି ହେବା କେଉଁଠି ନା କେଉଁଠି ଟ୍ୱିଟରର ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇପାରେ।

ବର୍ତ୍ତମାନ ଏହି ଆପ୍ ୧୦୦ ଟି ଦେଶରେ ୨୦ ରୁ ଅଧିକ ଭାଷାରେ ଉପଲବ୍ଧ। ଏହା ନିଜର ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ବିନା ଦେୟରେ ଲାଇଫ୍ ଟାଇମ ଭେରିଫିକେସନ ଅଫର ପ୍ରଦାନ କରେ। ଯେଉଁଥିପାଇଁ କ୍ରିଏଟର୍ସ ଏବଂ ୟୁଜର୍ସଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥାଏ। ‘କୂ’ ପ୍ରିମିୟମ୍ ସହିତ କ୍ରିଏଟର୍ସଙ୍କ ନିକଟରେ ଏକ ସାପ୍ତାହିକ ଏବଂ ମାସିକ ପ୍ଲାନରେ ନିଜର ସବସ୍କ୍ରାଇବର୍ସଙ୍କୁ ଏକ୍ସକ୍ଲୁସିବ କଣ୍ଟେଣ୍ଟ ପ୍ରଦାନ କରିବାର ଅପସନ ଦିଏ। କ୍ରିଏଟର୍ସ ଟେକ୍ସଟ୍, ଭିଡିଓ ଏବଂ ଫଟୋରେ ପ୍ରିମିୟମ ଲେବେଲ ସେଟ୍ କରି ନିଜ ସବସ୍କ୍ରାଇବର୍ସଙ୍କ ସହ ସେୟାର କରିପାରିବେ। ଏହି ଫିଚର ଆସିବା ପରେ ଉକ୍ତ ପ୍ରିମିୟମ କଣ୍ଟେଣ୍ଟକୁ ପୋଷ୍ଟ କରିବା ସହିତ ଏହା ୟୁଜର୍ସଙ୍କ ପାଇଁ ରୋଜଗାର କରିବା ଏହା ସହଜ ପ୍ଲାଟଫର୍ମ ହୋଇପାରିଛି।

କମ୍ପାନୀ ନିଜର ପ୍ରିମିୟମ ଫିଚରକୁ ୨୦ଟି କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ପରୀକ୍ଷା କରିଛି। ଆଗାମୀ ଦିନରେ ସାମ୍ବାଦିକ, କ୍ରୀଡା ଏବଂ ମନୋରଞ୍ଜନ ପରି କ୍ଷେତ୍ରରୁ ଭେରିଫାଏଡ ପ୍ରୋଫାଇଲ ଅନ୍‌ବୋର୍ଡ କରିବାକୁ ଯୋଜନା କରୁଛି। ତେବେ କୂ ଆପ୍ ବ୍ୟବାହର କରିବା ପୂର୍ବରୁ ଉପଲବ୍ଧ ସମସ୍ତ ଗଇଡଲାଇନକୁ ପଢି ଏହାକୁ ରୋଜଗାରର ଏକ ମାଧ୍ୟମ ବନାଇ ପାରିବେ।

Comments are closed.