Latest Odisha News

BREAKING NEWS

ପତ୍ନୀ, ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା!

ଲକ୍ଷ୍ମୀପୁର : କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟ ଗାଁରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଘର ଭିତରେ ଝୁଲି ରହିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ସୋଫା ସେଟ୍ ଉପରେ ପଡ଼ିଥିଲା। ଉଭୟଙ୍କ ଚାରି ବର୍ଷର ଝିଅ ମୃତଦେହ ମଧ୍ୟ ସୋଫା ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ଲକ୍ଷ୍ମୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ମୃତଦେହର ପୋଷ୍ଟମର୍ଟମ ହେବ। ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।

ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିଲେ ସୁଦ୍ଧା ପତ୍ନୀ ଜ୍ୟୋତ୍ସ୍ନା ଓ ଝିଅ ଇଶାକୁ ନିର୍ମମ ଭାବେ ହତ୍ୟା କରିବା ପରେ ଲିଙ୍ଗରାଜ ବିଶୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଋଣ ଭାର ଯୋଗୁଁ ପରିବାରରେ କଳହ ହେଉଥିଲା। ତେଣୁ ଏହି କାରଣ ପାଇଁ ସ୍ବାମୀ ଜଣଙ୍କ ନିଜେ ଆତ୍ମହତ୍ୟା କରିବା ସହିତ ସ୍ତ୍ରୀ ଓ ଝିଅକୁ ମାରିଥାଇ ପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗତ କିଛି ବର୍ଷ ହେବ ଏହି ପରିବାରଟି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ବୋଲି ସ୍ଥାନୀୟ କିଛି ଲୋକ ମଧ୍ୟ ମତ ଦେଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବଚସା ହେଉଥିଲା, ଯାହା ଫଳରେ ସ୍ୱାମୀ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ପତ୍ନୀ ଓ ଝିଅକୁ ଜୀବନରୁ ମାରିଦେବାକୁ ବାଧ୍ୟ ହୋଇଥିଲେ ବୋଲି ଦାବି କରିଛନ୍ତି। ତୋୟାପୁଟରେ ଲିଙ୍ଗରାଜ ବିଶୋଇ ମୋବାଇଲ ଦୋକାନ କରି ପରିବାର ପ୍ରତିପୋଷଣ କରିଥିଲେ। ଘଟଣାକୁ କେନ୍ଦ୍ରକରି ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ମୁତୟନ ହୋଇଛନ୍ତି।

 

 

Leave A Reply

Your email address will not be published.