Latest Odisha News

ବେଆଇନ ଗିରଫଦାରୀ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି, ଆଇଆଇସି 

କଟକ:ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି  ଓ ଟାଉନ ଥାନା ଆଇଆଇସି । ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାରେ କୋରାପୁଟ ଡିଏସପି ଓ ଟାଉନ ଥାନା ଅଧିକାରୀଙ୍କୁ ହାଜର ହେବା ପାଇଁ କୁହାଯାଇଛି । ଫେବୃବାରୀ  ୧୬ରେ ଭର୍ଚୁଆଲ ମୋଡରେ ହାଜର ହେବେ ଉଭୟେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିସିପ) ଏବଂ ଇନ୍ସପେକ୍ଟର ଇନ ଚାର୍ଜ ( ଆଇଆଇସି) ।

BjdElectrycity

ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି ପାଇଁ ଗତକାଲି କୋର୍ଟରେ  ଭର୍ଚଆଲ ମୋଡରେ ହାଜର ହୋଇଥିଲେ ଆଇଆଇସି । କିନ୍ତୁ ଆଇଆଇସିଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ପରବର୍ତ୍ତୀ ଶୁଣାଣି ବେଳେ ଡିସିପିଙ୍କୁ ଡିସିପିଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି,  ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଲୋକନାଥ ବେହେରାଙ୍କ ଆବେଦନର ଶଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ବେହେରା ପତ୍ନୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ୨୦୨୨ ଅଗଷ୍ଟ ୨୮ରେ କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିଲେ । ଏଥିସହ କେରାପୁଟ ଏସପିଙ୍କୁ ମଧ୍ୟ ଜଣାଇଥିଲେ  । ଏହା ପରେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ।

ଅନ୍ୟପକ୍ଷେ ପୋଲିସ  ଶ୍ରୀ ବେହେରାଙ୍କୁ ୨୦୨୨ ଡିସେମ୍ବର ୨୯ରେ ଥାନାକୁ ଡାକି ରାତି ୮ଟା ୩୦ରେ ମାମଲା ରୁଜୁ କରି ସିଆରପିସି ଧାରା ୪୨(କ)ରେ ନୋଟିସ ନେବାକୁ ସେ ମନା କରିବା ଦର୍ଶାଇ ତାଙ୍କୁ ଗିରଫ କରିଥିଲା । ଏହା ବିରୋଧରେ ଶ୍ରୀ ବେହେରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜାନୁଆରୀ ୨୫ ତାରିଖରେ  ଏହାର ଶୁଣାଣି କରି ହାଇକୋର୍ଟ ଟାଉନଥାନା ଆଇଆଇସିଙ୍କୁ  ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.