Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟା

ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର କଳାକୃତି ପ୍ରଦର୍ଶିତ

ଭୁବନେଶ୍ୱର : ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ସିଡାକର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ଯୋଗ ଦେଇଥିଲେ ।

ଚଳିତ ବର୍ଷ ଏହି ମେଳା ପରିସରରେ ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୬ଟି ହସ୍ତଶିଳ୍ପ ଯଥା ଚାନ୍ଦୁଆ, ପଟ୍ଟଚିତ୍ର, ଟେରାକୋଟା, ପଥର ଓ କାଠ ଖୋଦେଇ, ତାଳପତ୍ର ଖୋଦେଇ ଆଦିରେ ସେମାନଙ୍କର କଳାକୃତି ପ୍ରଦର୍ଶିତ କରାଯାଇଛି । ଏହା ଛଡ଼ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସିଡାକ୍‌ର ମିଳିତ ସହଯୋଗରେ ନଡ଼ିଆ କତା ହସ୍ତଶିଳ୍ପରେ ୬ ମାସର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଭିନ୍ନକ୍ଷମ ପିଲାମାନେ ନିଜର ପ୍ରତ୍ୟକ୍ଷ କଳା ପ୍ରଦର୍ଶନ କରିବା ସହ ବିକ୍ରିକରୁଛନ୍ତି ।

ଏହି ମେଳାରେ ଏଯାବତ୍‌ ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିବାରୁ କାରିଗର, ବୁଣାକାର ତଥା ଖାଦ୍ୟଷ୍ଟଲର ମାଲିକମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ।

ଅଷ୍ଟମ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟକ ମଣ୍ଟୁ ଛୁରିଆଙ୍କ ସମ୍ବଲପୁରୀ ଗୀତ ଦର୍ଶକମାନଙ୍କୁ ବିଭୋର କରିଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ଏହି ମେଳା ପ୍ରତ୍ୟହ ଦିନ ୨.୩୦ ରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.