କୋରାପୁଟ: କୋରାପୁଟରୁ ୩୨୫ କେଜି ଗଞ୍ଜେଇ ଜବତ କରିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳ ଝାଡ଼ବାନ୍ଧର ରୋହିତ ଜେନା।
ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ଏକ ବୋଲେରୋରେ ବେଆଇନ ଗଞ୍ଜେଇ ଭର୍ତ୍ତି କରି ଜଲାପୁଟରୁ ବ୍ରହ୍ମପୁର ଚୋରା ଚାଲାଣ କରୁଥିଲେ। ଏନେଇ ଖବର ପାଇବା ପରେ ବଡେଲ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗୋଡ଼ିପୁଟ ଛକ ନିକଟରେ ପୋଲିସ ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ବୋଲେରୋକୁ ମଧ୍ଯ ଜବତ କରାଯାଇଛି।
ତେବେ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।
Comments are closed.