Latest Odisha News

ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ନାଚିକା ଲିଙ୍ଗା, ତାଙ୍କ ନାଁରେ ଥିଲା ୫୦ଟି ମାମଲା

କୋରାପୁଟ: ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ନାଚିକା ଲିଙ୍ଗା। ସମସ୍ତ ୫୦ ଟି ଯାକ ମାମଲାରୁ ନିର୍ଦ୍ଦୋଷରେ ଖଲାସ। ୨୦୦୯ରେ ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ଜେଲ୍ ଯାଇଥିଲେ। କୋରାପୁଟ ଜିଲ୍ଲାର ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗା ବୁଧବାର ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି।

ତାଙ୍କ ନାମରେ ମୋଟ ୫୦ଟି ମାମଲା ରହିଥିଲା। ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ କରି ୪୯ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ୫୦ତମ ମାମଲାରେ କୋରାପୁଟ ସହକାରୀ ଦୌରାଜଜ୍‌ ବୁଧବାର ୩୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି ବୋଲି ତାଙ୍କ ଓକିଲ ଗୁପ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି।

ସତ୍ୟ ଓ ନ୍ୟାୟର ଜୟ ହେଲା ବୋଲି ନିଜ ପ୍ରତିକ୍ରିୟାରେ ନାଚିକା କହିଛନ୍ତି। ସେ ୨୦୧୪ରେ ଗିରଫ ହୋଇ କୋରାପୁଟ ଜେଲରେ ଥିଲେ। ୨୦୨୦ ନଭେମ୍ବରରେ ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ଖଲାସ ହୋଇଥିଲେ। ଏବେ ସେ ନିଜ ନାରାୟଣପାଟଣା ଥାନା ଅଧୀନ ଗ୍ରାମ ଭାଲିଆପୁଟରେ ରହୁଛନ୍ତି।

Comments are closed.