କାଠମାଣ୍ଡୁ: ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଅସୁବିଧାରେ ପକାଇଛି । ଏପରିକି ସେ ତାଙ୍କ ଚୌକି ବଂଚାଇବା ଏବେ ସଂଘର୍ଷ ଜାରି ରଖିଛନ୍ତି । ନିଜ ଦଳ ଏବଂ ବିରୋଧୀ ଦଳର ଚାପ ପଛରେ ସେ ପଡୋଶୀ ଦେଶର ହାତ ରହିଥିବା କହିଛନ୍ତି । ଏହା ସେ ପରୋକ୍ଷରେ ଭାରତକୁ ଉଦ୍ଦେଶ୍ୟ କରି କହିଛନ୍ତି । ନେପାଳର କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକାରୀ ଚେୟାରମ୍ୟାନ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ଖୋଲାଖୋଲି ଭାବେ କହିଛନ୍ତି ଓଲି ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ । ଅନ୍ୟଥା ମୁଁ ଦଳ ଭାଙ୍ଗିଦେବି ବୋଲି ପ୍ରଚଣ୍ଡ କହିଛନ୍ତି ।
ନେପାଳ ନକ୍ସାରେ ସଂଶୋଧନ କରିବା ଯୋଗୁ ମୋତେ ପଦରୁ ହଟାଯିବା ପାଇଁ ଷଡଯନ୍ତ୍ର କରାଯାଉଛି । ନେପାଳବାସୀ ସବୁ ଦେଖୁଛନ୍ତି ବୋଲି ଓଲି କହିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ଦେଶର ବିଶେଷଜ୍ଞମାନେ ଖୋଲାଖୋଲି ଭାବେ କହିଥିଲେ ଭାରତର ବିକଳ୍ପ କେବେ ହେଲେ ଚୀନ ହୋଇପାରିବ ନାହିଁ ।
Comments are closed.