Latest Odisha News

BREAKING NEWS

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସବ

ବାଲେଶ୍ୱର: ଧରାପୃଷ୍ଠରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ  । ଆଜିର ଏହି ଦିନକୁ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ବୋଲି ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ।

ତେବେ ଜନ୍ମାଷ୍ଟମୀ ନେଇ ପୁରପଲ୍ଲୀ ସବୁଠି ଉତ୍ସବମୁଖର ହୋଇ ପଡିଛି। କୃଷ୍ଣଙ୍କର ସମସ୍ତ ରୀତିନୀତି ପାଳନ କରାଯାଉଛି। ସେହିଭଳି ବାଲେଶ୍ୱର ରେମୁଣାରେ ଥିବା ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ମଧ୍ୟ ପାଳିତ ହୋଇଛି ଜନ୍ମାଷ୍ଟମୀ। କୋଭିଡ଼ ନିୟମ ଅନୁସାରେ ଶ୍ରଦ୍ଧାଳୁ ମାନେ ଦିଅଁଙ୍କ ଦର୍ଶନ କରିଛନ୍ତି।

ମନ୍ଦିର ପରିସରରେ ଦୂରତା ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଭିତରକୁ ବାହାର ସାମବଗ୍ରୀ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ସକାଳୁ ସକାଳୁ ରାଧାକୃଷ୍ଣଙ୍କ ଆଳତୀ ହେବା ସହିତ ଶୃଙ୍ଖଳିତ ଭାବେ ସମସ୍ତ ନୀତି କରାଯାଉଛି।

Comments are closed.