ଭୁବନେଶ୍ୱର: ବଲିଉଡରେ ପାଦ ଥାପିଛନ୍ତି ପ୍ରିନ୍ସ ଡ୍ୟାନସ୍ ଗ୍ରୁପର କ୍ରିଷ୍ଣା ରେଡ୍ଡି । ସଂଜୀବ ଜୈସୱାଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବଗାୱତ’ରେ କ୍ରିଷ୍ଣା ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ସମ୍ବିଧାନ ପ୍ରଣେତା ଡ. ବି. ଆର୍. ଆମ୍ବେଦକରଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ରଜନୀଶ ଡଗଲ୍ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି । ଏବେ ଚଳଚ୍ଚିତ୍ରର ସୁଟିଂ ଲକ୍ଷ୍ନୌରେ ଚାଲିଛି । ଏହା ପରେ ମୁମ୍ବାଇ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ୪୫ ଦିନର ସୁଟିଂ ହେବ ।
ପୂର୍ବରୁ ‘କ୍ରିଷ୍ଣା-ଷ୍ଟୋରି ଅଫ୍ ଏ ଡ୍ୟାନ୍ସର’ ନାମରେ ଓଡିଆ ଚଳଚ୍ଚିତ୍ର ରିଲିଜ ହୋଇଥିଲା । ଏଥିରେ କ୍ରିଷ୍ଣା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଦେବୀ’ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ଚାଲିଛି । କ୍ରିଷ୍ଣା ଜାତୀୟ ସ୍ତରର ଏକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ ରିଅଲିଟି ସୋ’ରେ ସେ ବିଜେତା ହୋଇ ବେଶ୍ ନାଁ କମାଇଥିଲେ ।
BREAKING NEWS
- ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ
- DEO Arrest Warrant: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ
- ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍ଲାଇନ୍
- IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ
- ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର
- Road accident: ଖାଇକୁ ଖସିଲା ଜିପ୍;୩ମୃତ, ୧୭ ଆହତ
- ରେକର୍ଡ ଭାଙ୍ଗୁଛି ବର୍ଡର ୨; ଆଡଭାନ୍ସ ବୁକିଂରେ କଲା ଏତିକି ଆୟ…
- india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ
- Gold Rate: ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା ହୋଇଛି ହଳଦିଆ ଧାତୁ?
- ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…
Comments are closed.