Latest Odisha News

BREAKING NEWS

କ୍ରିତିଙ୍କ ଡେଟିଂ ମିଛ, ବିବାହ ମୁଡରେ ନାହାଁନ୍ତି ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାପେ ରହିଛନ୍ତି ଅଭିନେତ୍ରୀ କ୍ରିତି ସାନନ୍। ବେଶ କିଛି ଦିନ ହେଲା ଉଦ୍ୟୋଗୀ କବୀର ବହିୟାଙ୍କ ସହ ତାଙ୍କ ଡେଟିଂ ଖବର ଚର୍ଚ୍ଚାକୁ ଆସିଛି। ଏବେ କ୍ରିତି ଏ ନେଇ ମୁହଁ ଖୋଲିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ କ୍ରିତି କହିଛନ୍ତି, ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଏହି ଖବର ସତ ନୁହେଁ। ଏନେଇ ତାଙ୍କୁ ବାରମ୍ବାର ସ୍ପଷ୍ଟ କରିବାକୁ ପଡୁଛି।

କବୀରଙ୍କ ସହ କ୍ରିତି ଗ୍ରୀସରେ ଛୁଟି କାଟୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚର୍ଚ୍ଚା ହେଉଛି ଯେ, ଉଭୟ ଖୁବଶୀଘ୍ର ବିବାହ କରିବେ। କିନ୍ତୁ ସଦ୍ୟ ସାକ୍ଷାତକାରରେ କ୍ରିତି କହିଛନ୍ତି, ସେ ଏବେ ବିବାହ ମୁଡରେ ନାହାଁନ୍ତି। ଏହି ଗୁଜବ ତାଙ୍କୁ ଖୁବ ବିବ୍ରତ କରୁଛି ବୋଲି ମଧ୍ୟ ସେ କହିଛନ୍ତି।

ଏପ୍ରକାର ଭୁଲ ତଥ୍ୟ ପ୍ରସାର ହେଉଥିବା ଶୁଣିଲେ ଖୁବ ରାଗ ଲାଗେ। ପରିବାର ଉପରେ ଏହାର ପ୍ରଭାବ ପଡୁଛି। ସାଙ୍ଗାସାଥୀ ମେସେଜ କରି ପଚାରୁଛନ୍ତି। ବାରମ୍ବାର ତାଙ୍କୁ ସ୍ପଷ୍ଟ କରିବାକୁ ପଡୁଛି ଯେ ଏ ସବୁ ଖବର ମିଛ। ଏହା ପୂର୍ବରୁ କ୍ରିତିଙ୍କ ନାଁ ଟାଇଗ ଶ୍ରଫ ଓ ପ୍ରଭାସଙ୍କ ସହ ଯୋଡାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Comments are closed.