Latest Odisha News

BREAKING NEWS

ସାମ୍ବାଦିକଙ୍କୁ ନିର୍ଯାତନା ଘଟଣା: ଆଜି ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା

ନୀଳଗିରି : ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ବୁଧବାର ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ । ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି ।

ତେବେ କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ ,ଦୋକାନ ବନ୍ଦ ହୋଇଛି। ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି। ସାମ୍ବାଦିକଙ୍କ ଉପରେ ପୋଲିସର ଏଭଳି ଜୁଲମକୁ ସବୁ ଆଡେ ନିନ୍ଦା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.