Latest Odisha News

କେଆରକେ ଜୀବନ ପ୍ରତି ଅଛି ବିପଦ, ଅଭିଷେକଙ୍କୁ ସାହାଯ୍ୟ ମାଗିଲେ ପୁଅ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ ଓ ଅଭିନେତା କମାଲ ରଶିଦ ଖାଁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ଦେବେନ୍ଦ୍ରେ ଫଡନାଭିସ ଓ ରିତେଶ ଦେଶମୁଖଙ୍କୁ ସାହାଯ୍ୟ ମାଗିଛନ୍ତି । ମୁମ୍ବାଇର କେତେକ ଲୋକ ମୋ ବାପାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ବୋଲି ଫୈଜଲ କମାଲ ଲେଖିଛନ୍ତି । ମୁଁ ମାତ୍ର ୨୩ ବର୍ଷର ଏବଂ ଲଣ୍ଡନରେ ରହୁଛି । ବାପାଙ୍କୁ କିପରି ସାହାଯ୍ୟ କରିବି ତାହା ଜାଣି ପାରୁନି । ତାଙ୍କ ବିନା ମୁଁ ଓ ମୋ ଭଉଣୀ ମରିଯିବୁ । ବୋଲି ସେ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ୨ ବର୍ଷ ପୁରୁଣା ଏକ ଟ୍ୱିଟ ନେଇ କେଆରକେଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ଏବେ ତାଙ୍କୁ ଜାମିନ ମିଳିବା ପରେ ତାଙ୍କୁ ଫସାଇଥିବା ବ୍ୟକ୍ତିମାନେ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । କେଆରକେ ସର୍ବଦା ତାଙ୍କ ଫିଲ୍ମ ରିଭ୍ୟୁର ବଲିଉଡର ସିନିୟର କଳାକାରଙ୍କୁ ଟାର୍ଗେଟ କରିଥାନ୍ତି ।

Comments are closed.