ବେଙ୍ଗାଲୁରୁ: ହିନ୍ଦୁ ଏକ ପାର୍ସୀ ଶବ୍ଦ। ଯାହାର ଅର୍ଥ ଅତ୍ୟନ୍ତ ଖରାପ। କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ଏପରି ମନ୍ତବ୍ୟକୁ ବଢିଛି ବିବାଦ। କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟରତ ସଭାପତି ସତୀଶ ଜାର୍କିହୋଲି କହିଛନ୍ତି ଯେ ହିନ୍ଦୁ ଏକ ପାର୍ସୀ ଶବ୍ଦ ଏବଂ ଏହାର ଅର୍ଥ ବହୁତ ଖରାପ।ଜାର୍କିହୋଲି ରବିବାର ବେଲାଗାଭି ଜିଲ୍ଲାର ନିପ୍ପାନି ଅଞ୍ଚଳରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିନ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ହିନ୍ଦୁ ଶବ୍ଦ ଭାରତର ନୁହେଁ। ଏହା ଆମ ଉପରେ ଲଦି ଦିଆଯାଉଛି। ସେ କହିଛନ୍ତି, ଏହି ଶବ୍ଦର ଅର୍ଥ ବହୁତ ଖରାପ।
ଜାର୍କିହୋଲି କହିଛନ୍ତି, ‘ହିନ୍ଦୁ ଶବ୍ଦ କିପରି ଆସିଲା ସେ ନେଇ ଏକ ବିତର୍କ ହେବା ଉଚିତ୍। ହିନ୍ଦୁ ଶବ୍ଦ ପାର୍ସୀରୁ ଆସିଛି। ଏହା କେଉଁଠି ଅଛି? ଇରାକ, ଇରାନ,ଉଜବେକିସ୍ତାନ ଓ କଜାଖସ୍ତାନରେ ଅଛି। ତେଣୁ ଏହାର ଭାରତ ସହିତ କଣ ସମ୍ପର୍କ? ତେବେ ଏହି ଶବ୍ଦ କେମିତି ତୁମର ହେଲା?’ ଏହି ବିଦେଶୀ ଶବ୍ଦ ଆମ ଉପରେ କାହିଁକି ଥୋପି ଦିଆଯାଉଛି ସେ ବିଷୟରେ ଏକ ବିତର୍କ ହେବା ଉଚିତ୍ ବୋଲି ସେ କହିଛନ୍ତି।
#WATCH| "Where has 'Hindu' term come from?It's come from Persia…So, what is its relation with India? How's 'Hindu' yours? Check on WhatsApp, Wikipedia, term isn't yours. Why do you want to put it on a pedestal?…Its meaning is horrible:KPCC Working Pres Satish Jarkiholi (6.11) pic.twitter.com/7AMaXEKyD9
— ANI (@ANI) November 7, 2022
ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ଏହାକୁ ଭୋଟ୍ ବ୍ୟାଙ୍କର ଏକ ନମୁନା ବୋଲି କହିଛି କେନ୍ଦ୍ରର ଶାସକ ଦଳ। ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ ଶିବରାଜ ପାଟିଲଙ୍କ ପରେ ବର୍ତ୍ତମାନ କର୍ଣ୍ଣାଟକ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି ସତୀଶ ଜାର୍କିହୋଲି ହିନ୍ଦୁମାନଙ୍କୁ ଉତ୍ତେଜିତ ଓ ଅପମାନିତ କରିଛନ୍ତି। ଭୋଟ୍ ବ୍ୟାଙ୍କ୍ ପାଇଁ ଏପରି ଏକ ବୟାନ ଦିଆଯାଉନି କି ବୋଲି ସେ ପ୍ରଶ୍ନ କରିଛନ୍ତି।
Comments are closed.