ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ସିରିଜର ତୃତୀୟ ମ୍ୟାଚରେ ଭାରତର ସିନିୟର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ପାଇଁ ଅଶ୍ୱୀନଙ୍କ ସ୍ଥାନରେ ତନୂଷ କୋଟିୟାନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ତନୂଷ ହଠାତ ଚୟନ କରାଯିବା ନେଇ ଅଧିନାୟକ ରୋହିତ ଶର୍ମା ମୁହଁ ଖୋଲିଛନ୍ତି । ସେ ମଜାକିଆ ଢଙ୍ଗରେ କହିଛନ୍ତି ଯେ, କୂଲଦୀପ ଯାଦବଙ୍କ ପାଖରେ ଭିଜା ନ ଥିବା ବେଳେ ଅକ୍ଷର ପଟେଏ ଏବେ ଏବେ ବାପା ହୋଇଛନ୍ତି । ଘରୋଇ କ୍ରିକେଟରେ ତନୂଷ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି । ସେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଏ ବିପକ୍ଷରେ ମ୍ୟାଚ ମଧ୍ୟ ଖେଳିଥିଲେ ।
କୂଲଦୀପ ପ୍ରକୃତରେ ଆଘାତ ସମସ୍ୟାରେ ମୁକୁଳି ନ ଥିବାରୁ ତନୂଷଙ୍କୁ ଗୁରୁତ୍ୱ ଦିଆ ଯାଇଥିଲା । ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ ଜିତିବାରେ ସଫଳ ହୋଇଛି । ସେ ୩୩ ପ୍ରଥମଶ୍ରେଣୀ କ୍ରିକେଟରେ ୨୫.୭୦ ଆଭରେଜରେ ୧୦ ୱିକେଟ ଅକ୍ତିଆର କରିଛନ୍ତି । ସେ ୨୦ ବର୍ଷ ବୟସରେ ୨୦୧୮ରେ ପ୍ରଥମଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ ।