Latest Odisha News

BREAKING NEWS

କୂଲଦୀପ ୭ ବର୍ଷ ପରେ ପୂନର୍ବାର କରିବେ କି କମାଲ

ଦୁବାଇ: ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ୨ଥର ପାକିସ୍ତାନକୁ ହରାଥ ଭଲ ଫର୍ମରେ ରହିଛି । ଆଜିକୁ ୭ ବର୍ଷ ତଳେ କୂଲଦୀପ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତକୁ ଏସିଆ କପରେ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏବେ ଏହି ଷ୍ଟାର ସ୍ପିନରଙ୍କୁ ପୂନର୍ବାର ଏ ଭଳି ଏକ ପ୍ରଦର୍ଶନ ଆଶାରେ ପ୍ରଶଂସକମାନେ ରହିଛନ୍ତି । ଅବଶ୍ୟ ଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯାଉଛି । କୂଲଦୀପ ୨୦୧୮ରେ ବାଂଲାଦେଶ ବିପକ୍ଷ ଫାଇନାଲରେ ୧୦ ଓଭରରେ ୪୫ ରନ ଦେଇ ୩ଟି ୱିକେଟ ନେଇଥିଲେ । ଟୁର୍ଣ୍ଣାମେଂଟରେ ୧୦ ୱିକେଟ ହାସଲ କରି ସେ ତୃତୀୟ ସ୍ଥାନରେ ରହିଥିଲେ ।

ଏସିଆ କପ ଟି୨୦ ଫର୍ମାଟରେ କୂଲଦୀପ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୧୩ଟି ୱିକେଟ ନେଇ କୂଲଦୀପ ୟୁଏଇ ବୋଲର ଅହମ୍ମଦ ଜାଭେଦଙ୍କ ରେକର୍ଡ ଭାଙ୍ଗିଛନ୍ତି । କୂଲଦୀପ ଫାଇନାଲରେ ୨ଟି ୱିକେଟ ହାସଲ କଲେ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିପାରିବେ । ମାଲିଙ୍ଗା ଏସିଆ କପରେ ସର୍ବାଧିକ ୩୩ ୱିକେଟ ନେଇଛନ୍ତି । କୂଲଦୀପ ୩୨ ୱିକେଟ ନେଇ ତାଙ୍କ ପଛକୁ ରହିଛନ୍ତି । ଫାଇନାଲରେ ପାକିସ୍ତାନ ଟିମ ଅଭିଷେକ ଶର୍ମାଙ୍କ ବ୍ୟାଟିଂ ଏବଂ କୂଲଦୀପଙ୍କ ବୋଲିଂ ନେଇ ଚିନ୍ତାରେ ରହିଛି ।

Comments are closed.