ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆହତ ସମସ୍ୟା ଯୋଗୁଁ ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଇଶାନ କିଷନ୍ ଦ୍ୱିତୀୟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୨୧ ବର୍ଷୀୟ ଯୁବ ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ କୁମାର କୁଶାଗ୍ରଙ୍କୁ ଟିମ୍ରେ ସାମିଲ୍ କରାଯାଇଛି । ପ୍ରଥମ ଟି-୨୦ ମ୍ୟାଚ୍ରେ ଇଶାନ କିଷନ୍ଙ୍କୁ ‘ଆଡକ୍ଟର ଷ୍ଟ୍ରେନ୍’ ଆଘାତ ଲାଗିଥିଲା, ଯାହା ଯୋଗୁଁ ସେ ଦ୍ୱିତୀୟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । କୁମାର କୁଶାଗ୍ର ପୂର୍ବରୁ ‘ଇଣ୍ଡିଆ-ଏ’ ସ୍କ୍ୱାଡ୍ ସହ କ୍ରାଇଷ୍ଟଚର୍ଚ୍ଚରେ ହିଁ ଥିଲେ, ତେଣୁ ବିସିସିଆଇ ସିଲେକ୍ସନ କମିଟି ତାଙ୍କୁ ତୁରନ୍ତ ଦ୍ୱିତୀୟ ମ୍ୟାଚ୍ ପାଇଁ ‘କଭର୍’ ଖେଳାଳି ଭାବେ ବରିଷ୍ଠ ଦଳରେ ସାମିଲ୍ କରିଛି ।
ସଞ୍ଜୁ ସାମସନ୍ ପୂର୍ବରୁ ହିଁ ମୁଖ୍ୟ ୱିକେଟକିପର୍ ଭାବେ ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ (୬୭ ରନ୍) ହାସଲ କରିଛନ୍ତି । ତେଣୁ ଇଶାନଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ନା କୁଶାଗ୍ରଙ୍କୁ ଏଣ୍ଟ୍ରି ମିଳିବ, ତାହା ଟିମ୍ ମ୍ୟାନେଜମେଣ୍ଟ୍ର ନିଷ୍ପତ୍ତି ଉପରେ ନିର୍ଭର କରିବ । ଦ୍ୱିତୀୟ ଟି୨୦ ମ୍ୟାଚ୍ଟି କ୍ରାଇଷ୍ଟଚର୍ଚ୍ଚର ହେଗ୍ଲେ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ ।

