କର୍ଣ୍ଣାଟକ: କର୍ଣ୍ଣାଟକରେ ଅନେକ ଦିନ ଧରି ଜାରି ରହିଥିବା ରାଜନୈତିକ ନାଟକରେ ମଙ୍ଗଳବାର ଦିନ ଯବନିକା ପଡିଛି । ଗତ ଗୁରୁବାରରୁ ଅନିଶ୍ଚିତତା ଭିତରରେ ଥିବା କୁମାରସ୍ୱାମୀଙ୍କ ସରକାର ଶକ୍ତି ପରୀକ୍ଷାରେ ଏକ ପ୍ରକାରର ବିଫଳ ହୋଇଛି ।
ସୂଚନା ଅନୁଯାୟୀ ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ୯୯ଟି ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ୧୦୫ଟି ଭୋଟ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟି କୁମାରସ୍ୱାମୀ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ କିଛି ସପ୍ତାହ ପୂର୍ବରୁ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଥିବା ୧୬ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ସେମାନଙ୍କ ସହ ୨ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସରକାରଙ୍କ ସପକ୍ଷରୁ ନିଜ ସମର୍ଥନକୁ ଫେରାଇ ଆଣିବା ପରେ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଥିଲା ।
Comments are closed.