ଭୁବନେଶ୍ବର : ଅପରାଧୀଙ୍କ ରେକର୍ଡ ରଖିବାକୁ କମିସନରେଟ ପୋଲିସର ନୂଆ ପଦକ୍ଷେପ । ଲଞ୍ଚ କରିଛି ଦୁଇଟି ଆପ୍ । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାଁରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ବର ଡିସିପି ଅଫିସରେ ଏହି ଆପର ଅପରେଟ୍ ହେବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ।
ଶୁଭାରମ୍ଭ ହୋଇଥିବା ଏହି ଦୁଇ ଆପ୍ ମଧ୍ୟରୁ ‘କୁଣ୍ଡଳୀ’ ଆପରେ ଅପରାଧୀଙ୍କ ଅପରାଧ ରେକର୍ଡ ରହିବ । ସେହିପରି ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ସଂପୂର୍ଣ୍ଣ ତଥ୍ୟ ରହିବ । ମୋବାଇଲ ଓ ଗୋଡି ଚୋରି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶସରେଟ ‘ସନ୍ଧାନ’ ଆପର ଶୁଭାରମ୍ଭ କରିଛି । ବଢୁଥିବା ଅପରାଧକୁ ନଜରରେ ରଖି ଅପରାଧୀଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳି’ ଓ ‘ସନ୍ଧାନ’ ଆପ୍ କାର୍ଯ୍ୟ କରିବ । ଏହି ଆପକୁ ଆଗକୁ ଓଡ଼ିଶା ପୋଲିସ ୱେବସାଇଟ ସହ ଯୋଡାଯିବ ବୋଲି କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
Comments are closed.