ଯୋଧପୁର: ରାଜସ୍ଥାନର ଯୋଧପୁରରେ ସ୍ବାସ୍ଥ୍ଯ ସେବାର କରୁଣ ପରିସ୍ଥିତି ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାରେ ଜଣେ ଲ୍ୟାବ କର୍ମଚାରୀ ୟୁଟ୍ୟୁବ୍ ଭିଡିଓ ଦେଖି ରୋଗୀର ଇସିଜି କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯୋଧପୁରର ପାଓଟାଠାରେ ଥିବା ରାଜକୀୟ ସାଟେଲାଇଟ୍ ହସ୍ପିଟାଲର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଡାକ୍ତରଖାନାରେ ଥିବା ଲ୍ୟାବ ଆସିଷ୍ଟାଣ୍ଟ ଜଣକ ୟୁଟ୍ୟୁବ୍ ଭିଡିଓ ଦେଖି ରୋଗୀର ଇସିଜି ସ୍କାନ୍ କରିଥିଲେ। ତେବେ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ଥିବାରୁ ଏପରି ପରିସ୍ଥିତି ଘଟିଥିବା ଚର୍ଚ୍ଚା ହେଉଛି। ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଥିରେ ରୋଗୀଙ୍କ ପରିବାର ଲୋକେ ପ୍ରତିବାଦ କରିଥିବା ବେଳେ ଲ୍ୟାବ ଟେକ୍ନିସିଆନ ଦୀପାବଳି ଛୁଟିରେ ଘରକୁ ଯାଇଛନ୍ତି ଏବଂ ମେସିନ ସାହାଯ୍ଯରେ ସବୁକିଛି କରାଯାଇପାରିବ ବୋଲି ପ୍ରତିଉତ୍ତର ମିଳିଥିଲା।
ତେବେ ମେଡିକାଲ କଲେଜ ପ୍ରିନ୍ସପାଲ ବିଏସ ଯୋଡା କହିଛନ୍ତି ଯେ ଏହି ଘଟଣା ଉପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।
Comments are closed.