ଲଣ୍ଡନ: ସୋସିଆଲ ମିଡ଼ିଆରେ ଆମକୁ ଅନେକ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏଇ ଯେମିତି ନିକଟରେ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖିବା ପରେ ଅନେକ ତାଙ୍କୁ ଡ଼ାହାଣୀ ବୋଲି କହିଛନ୍ତିି । ଆଉ ଯିଏ ତାଙ୍କୁ ଦେଖୁଛି, ଅନ୍ୟ ଗ୍ରହରୁ ଆସିଥିବା କହୁଛି ।
ଲଣ୍ଡନର ୨୭ ବର୍ଷିୟା ଫ୍ରେଜା ଫୋରିଆ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତିି । ଚର୍ଚ୍ଚାର କାରଣ ତାଙ୍କ ଚେହେରା । ସେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ଚେଷ୍ଟା କରନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର । ହେଲେ ଏବେ ତାଙ୍କ ଚେହେରାକୁ ଏପରି ସଜ୍ଜେଇ ଦେଇଛନ୍ତି ଯେ, ଯିଏ ଦେଖୁଛି ସିଏ ଡ଼ରୁଛିି । ଡ଼ାହାଣୀ ପରି ଦେଖାଯିବା ପାଇଁ ଫ୍ରେଜା ୧୧ ବର୍ଷ ବୟସରୁ ତାଙ୍କ ଚେହେରା ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି । ଲୋକେ ତାଙ୍କୁ ଡ଼ାହାଣୀ ବା ଭୁତୁଣୀର ଆଖ୍ୟା ଦେଉଛନ୍ତି । କେବଳ ସେତିକି ନୁହେଁ, ତାଙ୍କୁ ଡ଼ାହାଣୀ ବୋଲି ଭାବି ଲୋକେ ନିଜ ଉପରେ ମନ୍ତୁରା ପାଣ ଛିଞ୍ଚିବା ଆରମ୍ଭ କରୁଛନ୍ତି । ନୀଳ କେଶ ସହିତ ତାଙ୍କ ଆଖିକୁ ଦେଖିଲେ ଲୋକେ ଡ଼ରି ଯାଉଛନ୍ତିି । କେହି କେହି ତାଙ୍କୁ ଥଟ୍ଟା କରିବା ସହ ଅପମାନିତ ମଧ୍ୟ କରିଥାନ୍ତି । ହେଲେ ଫ୍ରିଜା କାହାରି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ତାଙ୍କ ଚେହେରାକୁ ନେଇ ସେ ବହୁତ ଖୁସି ଅଛନ୍ତି । ଭବିଷ୍ୟତରେ ଆହୁରି ଅନେକ ପରିବର୍ତ୍ତନ ଆଣିବାକୁ ଫ୍ରିଜା ଆଶା ରଖିଛନ୍ତି ।
Comments are closed.