ବିଟ୍ରେନ୍: ଆଜିର ସମୟରେ ଟଙ୍କା ରୋଜଗାର କରିବା ଅତି ସହଜ ହୋଇଯାଇଛି । ଲୋକମାନେ ନାଚ ଏବଂ ମଜାଳିଆ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଏହା ମାଧ୍ୟମରେ ଟଙ୍କା ରୋଜଗାର କରିବା ଆରମ୍ଭ କରନ୍ତି । ଆଉ କିଛି ଲୋକ ଆପତ୍ତିଜନକ ବିଷୟବସ୍ତୁ ବା ଅଶ୍ଳୀଳ ଚିତ୍ର ପୋଷ୍ଟ କରନ୍ତି ଏବଂ ଏହା ମାଧ୍ୟମରେ ଟଙ୍କା ରୋଜଗାର କରିବାର ନଜିର ଅଛି । ଜଣେ ବ୍ରିଟିଶ ମହିଳା ମଧ୍ୟ ଏପରି କରିଛନ୍ତି,ଯାହାକୁ ସୋସିଆଲ ମିଡିଆ ସାଇଟ୍ ତାଙ୍କ ଭିଡିଓ ଡିଲିଟ୍ କରି ଦେଇଛି । ଏହାକୁ ନେଇ ଯୁବତୀ ଜଣକ ତାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି ।
ଆଲିଆ ୟାସିନ୍ ନାମକ ଜଣେ ମଡେଲ୍ ନିଜର ଅଶ୍ଳୀଳ ଭିଡିଓ ଏବଂ ଫଟୋ ସୋସିଆଲ୍ ମିଡିଆ ସାଇଟ୍ ଓନଲି ଫାନ୍ସରେ ପୋଷ୍ଟ କରନ୍ତି । ତାଙ୍କର ଲକ୍ଷାଧିକ ସବ୍ସ୍କ୍ରାଇବର ଅଛନ୍ତି । ଯେଉଁମାନେ ତାଙ୍କ ଭିଡ଼ିଓ ଦେଖିବା ପାଇଁ ଟଙ୍କା ଦେଇ ତାଙ୍କ ଆକାଉଣ୍ଟକୁ ସବସ୍କ୍ରାଇବ୍ କରନ୍ତି । କିନ୍ତୁ ଓନଲି ଫ୍ୟାନ୍ସ ସାଇଟ୍ ତାଙ୍କ ଆକାଉଣ୍ଟକୁ ବ୍ଲକ କରିବା ସହ ୩୦୦ ଭିଡ଼ିଓ ଓ ଫଟୋକୁ ଡ଼ିଲିଟ୍ ବି କରି ଦେଇଛି । ସେ ଜଣେ ପାକିସ୍ତାନୀ ମୁସଲମାନ ହୋଇଥିବାରୁ ଉକ୍ତ ସାଇଟ୍ ତାଙ୍କୁ ଏପରି ପ୍ରତାରଣା କରିଥିବା ଅଭିଯୋଗ କରିିଛନ୍ତି ଆଲିଆ । ଆଲିଆ ପ୍ରାୟତଃ ହିଜାବ ପିନ୍ଧି ଅଶ୍ଳୀଳ ଫଟୋ ଓ ଭିଡିଓ ତିଆରି କରନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି ।
ବାସ୍ତବରେ, ଆଲିଆ ଜଣେ ବ୍ରିଟିଶ-ପାକିସ୍ତାନୀ ନାଗରିକ । ସେ ବ୍ରିଟେନରେ ରୁହନ୍ତି । ବ୍ରିଟେନର ସେ ଜଣେ ଜଣାଶୁଣା ମଡେଲ । ଓନଲି ଫାନ୍ସ ସାଇଟ୍ ତାଙ୍କ ୩୦୦ ରୁ ଅଧିକ ଭିଡିଓ ଏବଂ ଫଟୋ ଡିଲିଟ କରି ଦର୍ଶାଇଛିି ଯେ, ଆଲିଆ ସାଇଟ୍ର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛନ୍ତି । ଏଥିରେ ଆପତ୍ତି ଜଣାଇ ଆଲିଆ ଟ୍ୱିଟରରେ ଅନେକ ଲୋକଙ୍କୁ ଟ୍ୟାଗ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଥମେ, ସେ ଓନଲି ଫାନ୍ସର ସିଇଓଙ୍କୁ ଟ୍ୟାଗ୍ କରି କହିଥିଲେ ଯେ ତାଙ୍କୁ ଭେଦଭାବ କରାଯାଉଛି । କେବଳ ସେତିକି ନୁହେଁ ଆଲିଆ ଇଂଲଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ୍ କରି ନିଜର ଦୁଃଖ ଜଣାଇବା ସହ ସାହାଯ୍ୟ ମଧ୍ୟ ଲୋଡ଼ିଛନ୍ତି ।
Comments are closed.