Latest Odisha News

BREAKING NEWS

ଲେଡ଼ି ଇଲେକ୍ଟ୍ରିସିଆନଙ୍କୁ ମିଳୁନି ବୟଫ୍ରେଣ୍ଡ

ଚୀନ୍‌: ଆଜିକାଲି ପ୍ରତ୍ୟେକ ମହିଳା ଚାକିରି ହେଉ ବା ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଏମିତି କିଛି କାମ ଅଛି କେବଳ ପୁରୁଷମାନେ କରିଥାନ୍ତି । ଯଦି କୌଣସି ମହିଳା ସେହି କାମ କରେ ସମାଜ ତାକୁ ହୀନ ନଜରରେ ଦେଖିଥାଏ । କିନ୍ତୁ ଏବେ ଜଣେ ଯୁବତୀ ଇଲେକ୍ଟ୍ରିସିଆନ ଭାବେ କାମ କରି ଚର୍ଚ୍ଚାକୁ ଆସିଛନ୍ତି ।

ଆପଣଙ୍କ ଘରେ କରେଣ୍ଟନାହିଁ, ତେବେ ଆପଣ ତୁରନ୍ତ ଇଲେକ୍ଟ୍ରିସିଆନକୁ ଡ଼ାକି ତାକୁ ଠିକ୍ କରିବେ । ଯଦି ଜଣେ ସୁନ୍ଦରୀ ଯୁବତୀ ଆପଣଙ୍କ ବିଦ୍ୟୁତ୍ ଠିକ୍ କରିବାକୁ ଆସନ୍ତି ତେବେ କ’ଣ ହେବ ? ଆପଣ ନିଶ୍ଚୟ ଚକିତ ଅନୁଭବ କରିବେ । ସେହିପରି ରେନା ନାମକ ଜଣେ ଯୁବତୀ ଚୀନ୍‌ରେ ରୁହନ୍ତି । ସେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । କାହାର କେଉଁଠି ବିଦ୍ୟୁତ୍ ଖରାପ ହେଲେ ସେ ତୁରନ୍ତ ପହଞ୍ôଚ ଠିକ୍ କରି ଦିଅନ୍ତି । ହେଲେ ସେ ଭଲ କାମ କରୁଥିଲେ ବି ସେ ଏପରି କାମ କରୁଥିବାରୁ ତାଙ୍କୁୁ କେହି ପସନ୍ଦ କରନ୍ତି ନାହିଁ ।

ରେନା କୁହନ୍ତି, ଆଜି ମଧ୍ୟ ଜଣେ ଇଲେକ୍ଟ୍ରିସିଆନଙ୍କ ଚାକିରି କେବଳ ପୁରୁଷମାନଙ୍କ ପାଇଁ ବୋଲି ବିବେଚନା କରାଯାଏ । କିନ୍ତୁ ଜଣେ ମହିଳା ଭାବେ ଏହି କ୍ଷେତ୍ରରେ ପ୍ରବେଶ ହେତୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାଙ୍କ ସହିତ କାମ କରୁଥିବା ପୁରୁଷମାନଙ୍କ ପରି ସେ ମଧ୍ୟ ପରିଶ୍ରମ ଓ ଭଲ କାମ କରନ୍ତି । କିନ୍ତୁ ଲୋକମାନେ ତାଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଯେତେବେଳେ ସେ ଲୋକଙ୍କ ଘରେ କାମ କରିବାକୁ ଯାଆନ୍ତି, ସେମାନେ ତାଙ୍କୁ ଭୁଲ ବୁଝନ୍ତି । ଲୋକମାନେ ତାଙ୍କୁ କାମ କରିବା ପରିବର୍ତ୍ତେ ତାଙ୍କ ସହିତ ଅସଦାଚରଣ କରିବା ଆରମ୍ଭ କରନ୍ତି । ସବୁଠୁ ବଡ଼ କଥା, ମୋର ଏହି କାର୍ଯ୍ୟ ପାଇଁ ମୋତେ କୌଣସି ପୁଅ ଭଲ ପାଇବାକୁ ଆଗ୍ରହ ଦେଖାଉନାହାନ୍ତି । ଏନେଇ ସେ ନିଜର ଦୁଃଖ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.