Latest Odisha News

BREAKING NEWS

ପୁରୁଷଙ୍କ ପରି ବଡ଼ି ତିଆରି କଲେ ଯୁବତୀ: ପାଲଟିଗଲେ ଫିଟ୍‌ନେସ୍ ମଡ଼େଲ

ଋଷିଆ: ସାଧାରଣତଃ ପୁରୁଷମାନେ ଜିମରେ ବ୍ୟାୟାମ କରି ଓ ପ୍ରୋଟିନ୍ ପାଉଡ଼ର ବା ଅସ୍ତ୍ରୋପଚାର କରି ବଡ଼ି ତିଆରି କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କୌଣସି ଯୁବତୀ ପୁଅମାନଙ୍କ ପରି ବଡ଼ି ତିଆରି କରିଥିବା ଦେଖିଛନ୍ତି ? ଏମିତି ଜଣେ ଯୁବତୀ ଅଛନ୍ତି ଯିଏ କେବଳ ବ୍ୟାୟାମ କରି ବଡ଼ି ବାହାର କରିନାହାଁନ୍ତି ବରଂ ଏଥିରୁ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ।

ଯୁବତୀ ଜଣକ ହେଲେ ରଷିୟାନ ମଡେଲ୍ ଭ୍ଲାଡିସ୍ଲାଭା ଗାଲାଗାନ୍ । ବୟସ ମାତ୍ର ୨୭ ବର୍ଷ । ସେ ଦୀର୍ଘ ୧୧ ବର୍ଷ ଧରି ଜିମ୍ ଯାଇ ବଡି ବିଲଡିଂ ପାଇଁ ନିୟମିତ ବ୍ୟାୟାମ କରନ୍ତି । ୨୦୧୮ ମସିହାରେ ପ୍ରଥମ ଥର ପାଇଁ ଭ୍ଲାଡିସ୍ଲାଭା ବଡି ବିଲଡିଂ ପ୍ରତିଯୋଗିତାରେ ଭାଗ ନେଲେ ଓ ବିଜୟୀ ବି ହେଲେ । ତାହା ପରେ ତାଙ୍କର ଆଗ୍ରହ ଆହୁରି ବଢିଲା । ଭ୍ଲାଡିସ୍ଲାଭା ତାଙ୍କ ବଡ଼ିବିଲିଡ଼ିଂ ଫଟୋ ସୋସିଆଲ ମିଡିଆରେ ସେୟାର କରି ବହୁ ଲୋକପ୍ରିୟତା ସାଉଁଟିଲେ । ସେ ପ୍ରାୟତଃ ନିଜର ଫଟୋ ଓ ଭିଡିଓ ପୋଷ୍ଟ କରିଥା’ନ୍ତି, ଯାହାକୁ ଲୋକେ ବହୁତ ପସନ୍ଦ କରନ୍ତି ।

ଗତ ବର୍ଷ ମେ ଠାରୁ ସେ କଣ୍ଟେଣ୍ଟ ପୋଷ୍ଟିଂ ପ୍ଲାଟଫର୍ମ ଓନ୍‌ଲିଫ୍ୟାନ୍ସରେ ଯୋଗ ଦେଇଥିଲେ । ଏଠାରେ ତାଙ୍କର ବିଷୟବସ୍ତୁ ପୋଷ୍ଟ କରିବା ଆରମ୍ଭ କରିଥିଲେ । ଲୋକମାନେ ତାଙ୍କୁ ଏକ ଫିଟନେସ୍ ମଡେଲ୍ ଭାବରେ ଦେଖିବାକୁ ପସନ୍ଦ କଲେ । ଆଉ ବର୍ଷକ ଭିିତରେ ଭ୍ଲାଡିସ୍ଲାଭା୍ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । ଭ୍ଲାଡିସ୍ଲାଭା କହିଛନ୍ତି ଯେ, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଡ଼ି ବିଲ୍‌ଡ଼ର ସହିତ ଡ଼େଙ୍ଗା ଏବଂ ସୁନ୍ଦର ଝିଅମାନଙ୍କୁ ଅଧିକ ପସନ୍ଦ କରନ୍ତି । ଅନେକ ଲୋକ ତାଙ୍କ ମସଲ ଫଟୋସପ୍‌ରେ କରାଯାଇଛି ବୋଲି ଭାବନ୍ତି, କିନ୍ତୁ ଭ୍ଲାଡିସ୍ଲାଭା ସ୍ପଷ୍ଟ କରିଛନ୍ତି ଯେ ସେ ଜଣେ ଫିଟନେସ୍ ମଡେଲ୍ ଏବଂ ଏହିପରି ଶରୀର ଗଠନ ପାଇଁ କଠିନ ପରିଶ୍ରମ କରିଛନ୍ତି । ସେ ସୁସମ ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ସହ ଏବଂ ବଡ଼ି ବାହାର କରିବାକୁ ଦିନକୁ ୬ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥାଏ । ଲୋକମାନେ ତାଙ୍କ ବାହୁ କୁସ୍ତି ଭିଡିଓ ପସନ୍ଦ କରନ୍ତି । ଲୋକମାନେ ତାଙ୍କର ଶକ୍ତିଶାଳୀ ଶରୀର ଏବଂ ନିରୀହ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

Comments are closed.